ଦେଶରେ କରୋନାଙ୍କ ସଂଖ୍ୟା ୫୫୦ ଟପିଲା, ଭଲ ହୋଇଛନ୍ତି ୪୬ ଜଣ

1 min read

ନୂଆଦିଲ୍ଲୀ: ତାମିଲନାଡୁରେ କରୋନା ସଂକ୍ରମଣରେ ଜଣଙ୍କ ଜୀବନ ଯାଇଛି । ଏଥିସହ ଦେଶରେ କୋଭିଡ୍‌-19ରେ ମୃତ୍ୟୁସଂଖ୍ୟା ଜଣେ ବିଦେଶୀ କର୍ମଚାରୀଙ୍କ ସମେତ ୧୨ରେ ପହଞ୍ଚିଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନାରେ ୨ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି ।

ସେପଟେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୫୫୦ ଟପିଥିବା ବେଳେ ୪୬ ଜଣ କରୋନାରୁ ଭଲ ହୋଇଛନ୍ତି । ଲକ୍‌ଡାଉନ ଯୋଗୁଁ ଘରୁ ନବାହାରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଖିଲାପକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ସେପଟେ ଇଟାଲୀରେ କରୋନା ମୃତ୍ୟୁ ସଂଖ୍ୟା ରାତାରାତି ବଢିଯାଇଛି । ୬ ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା । ଚୀନ, ଆମେରିକା, ସ୍ପେନ, ଜର୍ମାନୀରେ ମଧ୍ୟ ଭାଇରସ ପ୍ରଭାବ ଜାରି ରହିଛି ।

୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା

Leave a Reply