କିଲିମଞ୍ଜାରୋ ଶିଖରରେ ଉଡିଲା ତ୍ରିରଙ୍ଗା, ପ୍ରଦର୍ଶିତ ହେଲା ରାଷ୍ଟ୍ରପତିଙ୍କ ଫଟୋ

ନନ୍ଦିଘୋଷ ବ୍ୟୁରୋ: ଆଫ୍ରିକା ମହାଦେଶର ସର୍ବୋଚ୍ଚ ପର୍ବତ କିଲିମଞ୍ଜାରୋ ଶିଖରରେ ଉଡିଲା ତ୍ରିରଙ୍ଗା । ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଅବଦୁଲ୍ଲ କଲାମଙ୍କ ଫଟୋ ମଧ୍ୟ ସର୍ବୋଚ୍ଚ ଶିଖରରେ ପ୍ରଦର୍ଶିତ କରିଛନ୍ତି ଓଡ଼ିଆ ପର୍ବାତରୋହୀ ନିଳାଚଳ ପରିଡ଼ା । ଯୁବ ପର୍ବତାରୋହୀ ନୀଳାଚଳ ପରିଡ଼ା କିଲିମଞ୍ଜାରୋରେ ପହଁଚି ଓଡ଼ିଶା ପାଇଁ ଆଣିଛନ୍ତି ଗୌରବ । ନିଳାଚଳଙ୍କ ନେତୃତରେ ୫ ଜଣ ପର୍ବତ ଆରୋହି କିଲିମଞ୍ଜାରୋ ଯାଇଛନ୍ତି । ୧୯ ହଜାର ୩୪୧ ଉଚ୍ଚତାରେ ୫୭୫ ଫୁଟର ଜାତୀୟ ପତାକା ଉଡ଼ାଇଛନ୍ତି ନିଳାଚଳ ଓ ତାଙ୍କ ଟିମ୍ ।

ଗୋ ଇଣ୍ଡିଆ ଆଡଭେଞ୍ଚର ଫାଉଣ୍ଡେସନ ପକ୍ଷରୁ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ସମେତ କରୋନା ମହାମାରୀ ସମୟରେ ମୃତ୍ୟୁ ବରଣ କରିଥିବା ଭାରତୀୟ ସେନାର ଯବାନ, ଡାକ୍ତର, ନର୍ସ, ପୋଲିସ ଓ ସାମ୍ବାଦିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

କିଲିମଞ୍ଜାରୋରେ ପହଁଚିବା ସହ ପ୍ରଥମ ଥର ପାଇଁ ବିଶ୍ୱ ରେକର୍ଡ କରିଛନ୍ତି ନିଳାଚଳ ପରିଡ଼ା । ତାଙ୍କ ସହ ଚିନ୍ମୟ ସିଂହ, ଆଦିତ୍ୟ ଖାଡେଙ୍ଗା, ମିନତୀ ପୂର୍ତ୍ତି ଓ ଶ୍ରୀକାନ୍ତ ଖୁଣ୍ଟିଆ ମଧ୍ୟ ଗସ୍ତ କରିଥିଲେ । ଅଗଷ୍ଟ ୨୧ ତାରିଖରେ ସଫଳତାର ସହ ପହଁଚିଥିଲେ ନିଳାଚଳ । ସେଠାରେ ୫୭୫ ଫୁଟ ଲମ୍ବର ଜାତୀୟ ପତାକା ଉଡାଇଥିଲେ । ଏଥିସହ ଗଣମାଧ୍ୟମ ନନ୍ଦିଘୋଷ ଟିଭିର ଲୋଗୋକୁ ମଧ୍ୟ ସର୍ବୋଚ୍ଚ ଗିରିଶୃଙ୍ଗରେ ପ୍ରଦର୍ଶିତ କରିଥିଲେ ନିଳାଚଳ ।