spot_img

Latest Posts

ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା: ଅନ୍ତର୍ଜାତୀୟ ପାରା ଆଥଲେଟିକ ପ୍ରତିଯୋଗିତାରେ ପଦକ ଜିତିଲେ ଓଡ଼ିଆ ଝିଅ

ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ଅନ୍ତର୍ଜାତୀୟ ପାରା ଆଥଲେଟିକ ପ୍ରତିଯୋଗିତାରେ ଖେଳି ହାତେଇଛନ୍ତି ଦୁଇଟି ରୋପ୍ୟ ପଦକ । ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ବାଘଳା ପଞ୍ଚାୟତ କୁଶପୁର ଗାଁର ରଞ୍ଜନା ନାହାକ । ରଞ୍ଜନାଙ୍କ ଦୁଇ ଗୋଡ ଅକାମୀ ହୋଇଥିଲେ ସୁଦ୍ଧା ସେ ଦୁଇ ହାତରେ ଦୁଃସାହାସିକ କ୍ରୀଡାରେ ଖେଳି ହାତେଇଛନ୍ତି ସଫଳତା । ଥାଇଲାଣ୍ଡରେ ନଭେମ୍ବର ୧୭ ରୁ ୩୦ ତାରିଖ ମଧ୍ୟରେ ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ପାରା ଆଥଲେଟିକରେ ଭାଗ ନେଇଥିଲେ ରଞ୍ଜନା । ସଟପୁଟ ଓ ଜାଭେଲିନ୍ ଥ୍ରୋରେ ନିଜର ପ୍ରତିଭା ପ୍ରଦର୍ଶନ କରି ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି । ଆଗାମୀ ଦିନରେ ଅଲମ୍ପିକ୍ ଓ ଏସିଆନ ଗେମରେ ଭାଗ ନେବାକୁ ଲକ୍ଷ୍ୟ ରଖିଛନ୍ତି ରଞ୍ଜନା ।

ରଞ୍ଜନା ରୌପ୍ୟ ପଦକ ହାସଲ କରିବା ପରେ କୁଶପୁର ଗାଁରେ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ସଭା । ନିଖିଳ ଉତ୍କଳ ବେଲମା ସମାଜ ପୂର୍ବଖଣ୍ଡ ଧରାକୋଟ, ମହୁରୀ ତାଲୁକା ପରିଷଦ ପକ୍ଷରୁ ରଞ୍ଜନାଙ୍କୁ ସମ୍ବର୍ଦ୍ଧନା ପୂର୍ବକ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ଖାଲି ସେତିକି ନୁହେଁ ବାଜା ବାଣ ଫୁଟାଇ ବିରାଟ ପଟୁଆରରେ ରଞ୍ଜନାଙ୍କୁ ଗାଁ ବୁଲାଇଥିଲେ ଲୋକେ । ରଞ୍ଜନାଙ୍କ ସଫଳତା ପାଇଁ ତାଙ୍କୁ ରାଜ୍ୟ ଓ ରାଜ୍ୟ ବାହାରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Latest Posts

Don't Miss