ଖୋଲିଲା ସୁଟିଂ ସେଟ୍‌ର ଶୋଷଣ କାହାଣୀ

1 min read

ଭୁବନେଶ୍ୱର: ଓଲିଉଡରେ ଅସଦାଚରଣ ମାମଲା !  ଜଣେ ନବାଗତାଙ୍କୁ ଫିଲ୍ମରେ ରୋଲ୍ ଦେବାକୁ କହି ଓଡଆ ଫିଲ୍ମ ଜଗତର ଯୁବ ଅଭିନେତା ପିଣ୍ଟୁ ନନ୍ଦ ଶୋଷଣ କରିଥିବା ଅଭିଯୋଗ ହୋଇଛି । ରାଜ୍ୟର ଆଗଧାଡ଼ିର ଅଭିନେତା ତଥା ବିଜେପି ନେତା ପିଣ୍ଟୁ ନନ୍ଦ ଫିଲ୍ମରେ ରୋଲ୍ ଦେବାକୁ କହି ସୃପୃକ୍ତ ଯୁବତୀଙ୍କୁ ଶୋଷଣ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗକାରିଣୀ ଥାନାରେ ଏତଲା ଦେଇଛନ୍ତି । ସେପଟେ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି  ପିଣ୍ଟୁ ।  କହିଛନ୍ତି, ଥାନାକୁ ଆସିବା ପୂର୍ବରୁ ସେ ପୀଡ଼ିତାଙ୍କୁ ଜାଣିନାହାନ୍ତି କି ଦେଖିନାହାଁନ୍ତି । ତେବେ ନନ୍ଦିଘୋଷ ଟିଭିରର ଏକ ସ୍ବତନ୍ତ୍ର ଆଲୋଚନାରେ ଭାଗ ନେଇ ଆଜି ପୁରା ଘଟଣା ବାବଦରେ ଗୋଟି ଗୋଟି କଥା କହିଛନ୍ତି ଅଭିଯୋଗକାରିଣୀ ।

ଅଭିନେତାରୁ ରାଜନେତା ସାଜିଲେ, ହେଲେ ବଦଳିଲାନି ରଙ୍ଗୀନ ମିଜାଜ । ବିଜେପି ନେତା ତଥା ଓଡିଆ ଫିଲ୍ମର ସିଜିନ୍‌ଡ କଳାକାର ପିଣ୍ଟୁ ନନ୍ଦଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ । ଫିଲ୍ମରେ ସୁଯୋଗ ଦେବାକୁ କହି ନବାଗତାଙ୍କୁ ଶୋଷଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏପରକି ଟଣାଓଟରା କରିବାକୁ ମଧ୍ୟ ପଛାଇ ନାହାଁନ୍ତି ପିଣ୍ଟୁ । କଟକ ଓ ଭୁବନେଶ୍ବରର ବିଭିନ୍ନ ଜାଗାକୁ ଡାକିବା ସହ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତା । ଏନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି ନବାଗତା । କାଷ୍ଟିଂ ନାଁରେ କେମିତି ପିଣ୍ଟୁ ରଚିଥିଲେ ଶୋଷଣ ଜାଲ ଶୁଣନ୍ତୁ ପୀଡ଼ିତାଙ୍କ ମୁହଁରୁ ।

ଅସଦାଚରଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ । ଆଗରୁ ଅଭିଯୋଗକାରିଣୀଙ୍କୁ ସେ ଜାଣିନାହାନ୍ତି । କିମ୍ବା କେବେ ତାଙ୍କୁ ସୁଟିଂ ସେଟରେ ଦେଖିନାହାନ୍ତି ବୋଲି କହିଛନ୍ତି ପିଣ୍ଟୁ । ସେପଟେ ଏହାର ଜବାବ ରଖିଛନ୍ତି ଅଭିଯୋଗକାରିଣୀ । କହିଛନ୍ତି,ମାନସ ନାମକ ଜଣେ ବ୍ୟକ୍ତି ଏକ ପ୍ରତିଷ୍ଠିତ ବ୍ୟାନରେ ନିର୍ମିତ ହେବାକୁ ଚଳଚ୍ଚିତ୍ରରେ ପିଣ୍ଟୁଙ୍କ ସ୍ତ୍ରୀ ଭୂମିକା ପାଇଁ ସିଡିଏ-9କୁ ଡାକିଥିଲେ ।

ପରେ ପଟିଆରେ ସୁଟିଂ ହେବ ବୋଲି କହି ଭୁବନେଶ୍ବର ନେଇଥିଲେ । ସେଠାରୁ ପୁଣି ସ୍ଥାନ ପରିବର୍ତ୍ତନ କରି ନୟାପଲ୍ଲୀର ଅରୁଣ ହୋଟେଲକୁ ଡାକିଥିଲେ । ଏପରିକି ଆମ କଥା ବୁଝିବାକୁ ପଡିବ ବୋଲି ମାନସଙ୍କ ମାଧ୍ୟମରେ କହିଥିଲେ ପିଣ୍ଟୁ । ସେଠାରେ ପ୍ରାୟ ରାତି ପର୍ଯ୍ୟନ୍ତ ସୁଟିଂ ନହେବାରୁ ଘରକୁ ବାହାରିଥିଲେ ପୀଡ଼ିତା । ମାତ୍ର ତାଙ୍କୁ ଘରକୁ ଯିବାକୁ ନଦେଇ ରୁମକୁ ନେଇଯିବାକୁ କହିଥିଲେ ପିଣ୍ଟୁ । ଏପରିକି ହାତ ଧରି ଟଣାଟଣି କରିଥିବା ମଧ୍ୟ ଅଭିଯୋଗ ହୋଇଛି । ପୀଡ଼ିତା ଆହୁରି ମଧ୍ୟ କହିଛନ୍ତି ଯେ ଯଦି, ମୋତେ ସେ ଜାଣି ନାହାଁନ୍ତି, କେମିତି ଘଟଣାର ସମାଧାନ ପାଇଁ ମୋତେ ଫୋନ୍ କରି ବିଭିନ୍ନ ଜାଗାକୁ ଡାକୁଥିଲେ ପିଣ୍ଟୁ ।

କେବଳ ସେତିକି ନୁହେଁ, ଥାନାରେ ଅଭିଯୋଗ କରିବା ପରେ ପିଣ୍ଟୁ କୁଆଡ଼େ ତାଙ୍କୁ କ୍ଷମା ମାଗିଥିଲେ । ଯାହାର ସିସିଟିଭି ଫୁଟେଜକୁ ଯାଞ୍ଚ କଲେ ସତ୍ୟାସତ୍ୟ ଜଣା ପଡିବ ପୋଲି ପୀଡିତା କହିଛନ୍ତି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ହେଲେ ଏଠି ପ୍ରଶ୍ନ ପୀଡ଼ିତା ଟଣାଓଟରା ବେଳେ ସିସିଟିଭି କଥା ଉଠାଇଛନ୍ତି, ଏନେଇ କଣ କହିବେ ପିଣ୍ଟୁ ? ପିଣ୍ଟୁ ଏବଂ ପୀଡ଼ିତାଙ୍କୁ ପୋଲିସ କେବେ କରିବ ମୁହାଁମୁହିଁ ଜେରା ?

Leave a Reply