ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା

ନନ୍ଦିଘୋଷ ବ୍ୟୁରୋ: ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା । ଦଶହରା ପୂର୍ବରୁ ସରିବ କ୍ୟାମ୍ପସ ନିର୍ବାଚନ । ସେଥିପାଇଁ ଆରମ୍ଭ ହୋଇଛି ଆଗୁଆ ଆବେଦନ। ଗତକାଲି ସୁଦ୍ଧା ୯୮ ହଜାର ଛାତ୍ର ଛାତ୍ରୀ କରିଛନ୍ତି ଆବେଦନ । ଏପ୍ରିଲ ୧୬ ତାରିଖରୁ ଆରମ୍ଭ ହୋଇଥିଲା ଯୁକ୍ତ ୩ ଆବେଦନ । ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଥିଲା ଯେ ପର୍ଯ୍ୟନ୍ତ ଯୁକ୍ତ ୨ ରେଜଲ୍ଟ ବାହାରିନାହିଁ ସେ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ । ପ୍ରଥମ ଥର ପାଇଁ ରେଜଲ୍ଟ ବାହାରିବା ପୂର୍ବରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି । କାରଣ ଗତବର୍ଷ ଆଡମିସନ ପ୍ରକ୍ରିୟା ଶେଷ କରିବାକୁ ଡିସେମ୍ବର ହୋଇଯାଇଥିଲା । ତେଣୁ ଏଥର ଶୀଘ୍ର ନାମଲେଖା କରି ଜୁନରେ ସିଟ୍ ଆଲୋକେସନ ସହ ଜୁଲାଇ ୧୫ରୁ କ୍ଲାସ ଆରମ୍ଭ ହେବ। ତେଣୁ ଏଥର ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଯେଉଁଥିରେ କୌଣସି ଅସ୍ଵାଭାବିକତା ନାହିଁ। କଲେଜ ଇଲେକ୍ସନ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ । ଏଣୁ ସଠିକ୍ ସମୟରେ ସବୁ ଶେଷ କରିବାକୁ ହେଲେ ପ୍ରକ୍ରିୟାକୁ ତ୍ୱରିତ କରିବାକୁ ହେବ । ଯେଉଁମାନେ ଜାଣିନାହାନ୍ତି ପ୍ରକ୍ରିୟା ସେଇମାନେ ଅଯଥା ଦୋଷ ଲଦୁଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।