ଦେଶରେ ଦୀପାବଳି ଦିନ ୫ ଲକ୍ଷ ଟୀକାକରଣ; ସେଥିରୁ ରାଜ୍ୟରେ ହୋଇଛି ୧ ଲକ୍ଷ ୫୪ ହଜାର ଭ୍ୟାକ୍ସିନେସନ୍

ଭୁବନେଶ୍ୱର: ଦୀପାବଳିରେ ଟିକାକରଣରେ ଆଗରେ ଓଡ଼ିଶା । ଦେଶରେ ପ୍ରାୟ ୫ ଲକ୍ଷ ଟୀକାକରଣ ହୋଇଥିବା ବେଳେ ରାଜ୍ୟରେ ୧ ଲକ୍ଷ ୫୪ ହଜାର ଡୋଜ ଟିକାକକରଣ ହୋଇ ରେକର୍ଡ ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ୮୦% ଲୋକ ପ୍ରଥମ ଡୋଜ ନେଇଛନ୍ତି । ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଦେବାକୁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଅନ୍ୟ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟୀକାକରଣ ଅଧିକ ତ୍ୱରାନ୍ୱିତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩ କୋଟି ୮୨ ଲକ୍ଷ ଡୋଜ ଟୀକା କରଣ ସରିଲାଣି । ପ୍ରଥମ ଡୋଜ ୨ କୋଟି ୬୧ ଲକ୍ଷ ୧୮ ହଜାର ୭୦୪ଜଣ ନେଇଛନ୍ତି । ଦିତୀୟ ଡୋଜ ନେଇଛନ୍ତି ୧ କୋଟି ୨୧ ଲକ୍ଷ ୪୦ ହଜାର ୮୨୩ ଜଣ । ବର୍ତ୍ତମାନ ସୁଦ୍ଧା ୪୬ ଲକ୍ଷ ଡୋଜ ଟୀକା ମହଜୁଦ ରହିଥିବା ବେଳେ ୮୦ ପ୍ରତିଶତ ପ୍ରଥମ ଡୋଜ ସରିଛି ।

ଯେଉଁ ମାନଙ୍କର ଦିତୀୟ ଡୋଜ ସମୟ ହେଲାଣି ସେମାନଙ୍କୁ ଟୀକା ଦେବାକୁ ଗୁରୁତ୍ୱ ଦିଆଯାଉଛି । ୟୁରୋପିଆନ ଦେଶରେ ବ୍ୟାପକ ଟୀକାକରଣ ପରେ ବି ସଂକ୍ରମଣ ବଢୁଛି । ଦୁଇ ଡୋଜ ଟୀକା ନେବା ପରେ ବି କୋଭିଡ ନିୟମ ମାନିବାକୁ ପଡିବ । ପ୍ରାୟ ଦୁଇ ସପ୍ତାହ ହେବ ପ୍ରଥମ ଡୋଜ ଅପେକ୍ଷା ଦିତୀୟ ଡୋଜ ଅଧିକ ଟୀକାକରଣ ହେଉଛି ।

Leave a Reply