ଘରୋଇ ମେଡିକାଲକୁ ଟିକା କୋଟା କମ କରିବାକୁ ରାଜ୍ୟର ଦାବି, ୯୫-୫ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ

1 min read

ଭୁବନେଶ୍ୱର: ଘରୋଇ ମେଡିକାଲକୁ ଟିକା କୋଟା କମ କରିବାକୁ ରାଜ୍ୟର ଦାବି । ଟିକା ଆବଣ୍ଟନର କେନ୍ଦ୍ରର ଗାଇଡ ଲାଇନକୁ ପରିବର୍ତ୍ତନ କରିବାକୁ ଚିଠି ଲେଖିଲେ ରାଜ୍ୟ ସରକାର । ରାଜ୍ୟ ପାଇଁ ଟିକା ଆବଣ୍ଟନର ଅନୁପାତ ୭୫-୨୫ ବଦଳରେ ୯୫-୫ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । ଘରୋଇ ମେଡିକାଲ ମାନଙ୍କକୁ ଉତ୍ପାଦନର ୨୫ ପ୍ରତିଶତ ଟିକା ବଣ୍ଟନ ପାଇଁ କେନ୍ଦ୍ର ସରକାର ଗାଇଡଲାଇନ କରିଥିଲେ ।

ତେବେ ଓଡ଼ିଶା କ୍ଷେତ୍ରରେ ମାତ୍ର ୪ଟି ଘରୋଇ ମେଡିକାଲ ଟିକାକରଣ ପାଇଁ ସକ୍ଷମ ଥିବାରୁ, ଟିକା ବଳକା ରହୁଛି । ଏଣୁ ଟିକା ଆବଣ୍ଟନ ଗାଇଡଲାଇନରେ ପରିବର୍ତ୍ତନର ଯଥାର୍ଥତା ଦର୍ଶାଇ ଚିଠି ଲେଖାଯାଇଛି । ଏହା ଦ୍ବାରା ରାଜ୍ୟର ଟିକା ଆବଶ୍ୟକତା ମେଣ୍ଟିବା ସହ ଟିକାକରଣ ଆହୁରି ତ୍ବରାନିତ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

ପୂର୍ବ ରିପୋର୍ଟ ଅନୁଯାୟୀ, ମଇ ମାସରେ ୭ କୋଟି ୪ ଲକ୍ଷ ଟିକା ପ୍ରସ୍ତୁତ ହୋଇଥିବା ବେଳେ, ସାରା ଦେଶର ଘରୋଇ ମେଡିକାଲକୁ ଏକ କୋଟି ୨୯ ଲକ୍ଷ ଟିକା ଦିଆଯାଇଥିଲା । ସେମଧ୍ୟରୁ ମାତ୍ର ୨୨ ଲକ୍ଷ ଟିକା ବ୍ୟବହାର ହୋଇଛି । ଯାହା ମାତ୍ର ୧୭ ପ୍ରତିଶତ । ଅନ୍ୟ ଟିକାଗୁଡିକ ବ୍ୟବହାର ନହୋଇ ପଡିରହିଛି ।

Leave a Reply