୫ ଦିନ ପୂର୍ବରୁ ସରିଲା ବିଧାନସଭାର ବଜେଟ୍ ଅଧିବେଶନ

1 min read
Odisha Assembly Adjourned Before 5 Days Of Scheduled Of Budget Session

ଭୁବନେଶ୍ୱର: ନିର୍ଦ୍ଧାରିତ ଦିନର ୫ଦିନ ପୂର୍ବରୁ ସରିଲା ବିଧାନସଭାର ବଜେଟ୍ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନରେ ସମୁଦାୟ ୨୬ଟି ବୈଠକ ବସିଥିଲା । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ବଜେଟ୍‌ ଅଧିବେଶନ । ଫେବ୍ରୁଆରୀ ୧୮ରୁ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ରାଜ୍ୟପାଳ ଅଭିଭାଷଣ ରଖିଥିଲେ । ତିନିଦିନ ଧରି ରାଜ୍ୟ ପାଳଙ୍କ ଅଭିଭାଷଣ  ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆଲୋଚନା କରି ଏହା ଗୃହିତ ହୋଇଥିଲା ।

Odisha Assembly Adjourned Before 5 Days Of Scheduled Of Budget Session

ସେହିପରି ୨୦୨୧-୨୨  ଆର୍ଥିକବର୍ଷ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ ଗୃହରେ ପାରିତ ହେବା ସହ ଓଡ଼ିଶା ଲୋକୟୁକ୍ତ ସଂଶୋଧନ ବିଲ୍‌ ,ସମିତି ପଞ୍ଜିକରଣ ସଂଶୋଧନ ବିଲ, ବୈଷୟିକ ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍, ବ୍ୟୟମଞ୍ଜୁରୀ ବିଲ୍ ଭଳି ୯ଟି ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ ହୋଇଛି । ସେହିପରି ଚାଷୀ ସମସ୍ୟା, ଦରଦାମ ବୃଦ୍ଧି, ତୈଳଦର ବୃଦ୍ଧି ପରି ବିଭିନ୍ନ ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଉପରେ ସରଗରମ ଆଲୋଚନା ହୋଇଥିଲା । ଅଧିବେଶନ ଶେଷ ପରେ ଗୃହକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ମୁଲତବି ରଖାଯାଇଛି ।

Leave a Reply