ଆଜି ବି ଚାଲି ପାରିଲାନି ବିଧାନସଭା, କଂଗ୍ରେସର ହଟ୍ଟଗୋଳରୁ ଗୃହ ମୁଲତବି

Odisha Assembly Adjourned Till 4 Pm After Congress MLA Rocks

ଭୁବନେଶ୍ୱର: ବିଧାନସଭା ଠପ୍ । ମୌସୁମୀ ଅଧିବେଶନରେ ଲଗାତାର ତୃତୀୟ ଦିନ ବିଧାନସଭା ଚାଲି ପାରିନାହିଁ । ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ବି ଗୃହ କାର୍ଯ୍ୟ ଠପ୍ ରହିଛି । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ କଂଗ୍ରେସ ସଦସ୍ୟ ହୋ ହଲ୍ଲା କରିଥିଲେ । ଫଳରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବି ରଖିଛନ୍ତି ।

Odisha Assembly Adjourned Till 4 Pm After Congress MLA Rocks

ମୌସୁମୀ ଅଧିବେଶନ ଆରମ୍ଭ ଦିନରୁ ଗୃହରେ ଅଚଳାବସ୍ଥା ଲାଗି ରହିଛି । ପ୍ରଥମ ୨ ଦିନ ମରୁଡ଼ି ପ୍ରସଙ୍ଗକୁ ନେଇ ବିରୋଧୀ ହୋ ହଲ୍ଲା କରିଥିଲେ । ସର୍ବଦଳୀୟ ବୈଠକ ପରେ ମନ୍ତ୍ରୀ ଗୃହରେ ତଥ୍ୟ ରଖିଥିଲେ ମଧ୍ୟ ହଟ୍ଟଗୋଳ କରିଥିଲେ ବିରୋଧୀ ।

ଆଜି ଅଧିବେଶନର ତୃତୀୟ ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର ଥିଲା । ବିଜେପି ପକ୍ଷରୁ ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ ମୁଲତବି ପ୍ରସ୍ତାବ ଅଣାଯାଇଥିଲା । ସେପଟେ ଆଜି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଅନୁସୂଚିତ ଜାତି ଜନଜାତି, ଶକ୍ତି, କ୍ରୀଡ଼ା, ଶିଳ୍ପ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗର କଲ୍ୟାଣ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ପ୍ରଶ୍ନକାଳ ଉପରେ ଆଲୋଚନା ଥିଲା ।

Leave a Reply