spot_img

Latest Posts

ବିଧାନସଭାରେ ପୋଲାଭରମ ପ୍ରସଙ୍ଗ ଉଠାଇଲା ବିଜେଡି, ପ୍ରଶ୍ନକାଳ ବୟକଟ୍ କଲା କଂଗ୍ରେସ

ଭୁବନେଶ୍ବର: ପ୍ରଶ୍ନ ଉତ୍ତର ଆରମ୍ଭରୁ ପୋଲାଭରମ ପ୍ରସଙ୍ଗରେ ବିଜେଡିର ପ୍ରତିବାଦ। ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମୂଲତବି ପ୍ରସ୍ତାବ ଦେଇଥିଲା ବିଜେଡି। ଯାହାକୁ ମାନି ନଥିଲେ ବାଚସ୍ପତି। ଆଲୋଚନା ଦାବିରେ ବିଜେଡି ପ୍ରତିବାଦ କରୁଛି।ହଟ୍ଟଗୋଳ ମଧ୍ୟରେ ଗୃହ ବାରମ୍ବାର ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ଆଜି ପୋଲାଭରମ ନେଇ ବିଜେଡି ମୁଲତବି ପ୍ରସ୍ତାବ ଦେଇଥିଲା। ଗୋଦାବରୀ ନଦୀ ଉପରେ ଆନ୍ଧ୍ର ପ୍ରଦେଶ ଏହା ନିର୍ମାଣ କରୁଛି। ଆଦିବାସୀ ପରିବାର ବୁଡିବାକୁ ଯାଉଛି। ଦୁର୍ଭାଗ୍ୟ ବାଚସ୍ପତି ଏହାକୁ ଗ୍ରହଣ କଲେନି। କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଚାଲିଛି।

ଓଡ଼ିଶା ସ୍ୱାର୍ଥ ରକ୍ଷାରେ ଅସମର୍ଥ ଡବଲ ଇଂଜିନ ସରକାର ବୋଲି କହିଛି ବିଜେଡି। କେନ୍ଦ୍ର ଆଗରେ ଆତ୍ମସମର୍ପଣ କରି ଦେଇଛନ୍ତି। ସେମାନଙ୍କ ସାହସ ନାହିଁ ଆନ୍ଧ୍ର ସମ୍ପର୍କରେ କହିବାକୁ। ବାଚସ୍ପତି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଭାବିତ ହୋଇ ଆଲୋଚନା ପାଇଁ ଅନୁମତି ଦେଉ ନାହାନ୍ତି। ଆଲୋଚନାର ସୁଯୋଗ ନ ମଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛି ବିଜେଡି।

ସେହିପରି ଅନ୍ୟତମ ବିଜେଡି ସଦସ୍ଯ ଅରୁଣ ସାହୁ କହିଛନ୍ତି, ବିଜେପି ଓଡ଼ିଶା ଅସ୍ମିତାକୁ ଆଘାତ ଦେଇଛି । ଆଦିବାସୀ ବିସ୍ଥାପିତ ହେବେ । ବର୍ଷା ଦିନ ଆସିବ ବୋଲି କାମ ଜୋରସୋରରେ ଚାଲିଲାଣି । ଓଡ଼ିଶା ସରକାର ଏ ନେଇ କଥା ହେବାକୁ କହିଥିଲେ ହେଲେ ଏଯାଏଁ ଆଲୋଚନା କଲେନି । ମୁଲତବି ପ୍ରସ୍ତାବ ଗ୍ରହଣ ନ କରି କହିଲେ ମାମଲା ବିଚାରାଧୀନ ଅଛି । ତେବେ ସେ କି ପ୍ରକାର ବିଚାରାଧୀନ ବୋଲି ପ୍ରଶ୍ନ କରିଛନ୍ତି ଅରୁଣ । ଯେଉଁଠି କେନ୍ଦ୍ର ସରକାର ୧୬ ହଜାର କୋଟି ଦେଲେ ଓ କାମ ଜୋରସୋରରେ ଚାଲିଛି । ରାଜ୍ୟ ସରକାରଙ୍କ ସାହସ ନାହଁ । ଆନ୍ଧ୍ର ପିଟି ଚାଲିଛି ଓ ପ୍ରକଳ୍ପର ଉଚ୍ଚତା ବଢ଼ାଇ ଚାଲିଛି । ଇଞ୍ଚେ ମାଟି ଦେବୁନି କହୁଛନ୍ତି ସରକାର ହେଲେ ମାମଲା ବିଚାରାଧୀନ ବୋଲି କହି ଭୁଆଁ ବୁଲାଉଛନ୍ତି ବୋଲି ସମାଲୋଚନା କରିଛନ୍ତି ଅରୁଣ । ଓଡ଼ିଶା ରାଜ୍ୟପାଳ ବି ଆନ୍ଧ୍ରର । ଘରେ ନିଆଁ ଲାଗିବା ବେଳେ କଣ ନିଆଁ ନ ଲିଭାଇ କହିବା ବିଚାରାଧୀନ ଅଛି । ଆଉ ନିଆଁ ଲିଭାଇବା ନାହିଁ । ମାଲକାନଗିରିରେ ଓଡ଼ିଆ ଅସ୍ମିତା ବିପଦଗ୍ରସ୍ତ । ସାହସ ଅଛି ତ ଆଲୋଚନା କର । ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ କି ? ଡବଲ ଇଂଜିନ ଡବଲ ଧୋକା। ଦୋମୁହାଁ କଥା ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । …

ଅନ୍ୟପଟେ ପ୍ରଶ୍ନକାଳକୁ ବୟକଟ କରିଛି କଂଗ୍ରେସ। ତାରା ବାହିନୀପତିଙ୍କ ଉପର ନିଲମ୍ବନ ହଟେଇବା ଦାବିରେ କଂଗ୍ରେସ ବିଧାୟକଙ୍କ ଧାରଣା ଦେଇଛନ୍ତି। ହାତରେ କଳାପଟି ବାନ୍ଧି କଂଗ୍ରେସ ବିଧାୟକ ମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି।

Latest Posts

Don't Miss