ବିଧାନସଭା ଅଧିବେଶନ ପୂର୍ବରୁ ସଦସ୍ୟଙ୍କ ଆଣ୍ଟିବଡ଼ି ଓ ଆରଟିପିସିଆର ଟେଷ୍ଟ

1 min read

ଭୁବନେଶ୍ୱର: ଆଉ ୨ଦିନ ପରେ ବିଧାନସଭାର ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୧ରୁ ୯ ତାରିଖ ଯାଏଁ ଚାଲିବ ବିଧାନସଭା । ଏନେଇ ମନ୍ତ୍ରୀ ଓ ବିଧାୟକଙ୍କର ଚାଲିଛି ଟେଷ୍ଟିଂ । ୩ ପ୍ରକାରର ଟେଷ୍ଟ କରାଯାଉଛି । ଅଧିବେଶନ ପୂର୍ବରୁ ଆଣ୍ଟିଜେନ୍, ଆଣ୍ଟିବଡି ଓ ଆରଟି-ପିସିଆର ଟେଷ୍ଟ କରାଯାଉଛି । ସେପଟେମ୍ବର ପହିଲାରୁ ଦିନକୁ ୫ଘଣ୍ଟା ଚାଲିବ ଗୃହକାର୍ଯ୍ୟ ।

ସକାଳ ସାଢେ ୧୦ରୁ ଦିନ ସାଢେ ଗୋଟାଏ ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ଯାଏ ଦୁଇ ପର୍ଯ୍ୟାୟରେ ଗୃହ ଚାଲିବ । ଶନିବାର ବିଧାନସଭା ଚାଲିବ । ଅଧିବେଶନରେ ଷ୍ଟାର୍‌ ପ୍ରଶ୍ନ ରହିବ । ବିଜେପି ୩ଟି ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ । ଗତଥର ଭଳି ବିଧାୟକମାନେ ବସିବା ବ୍ୟବସ୍ଥା କରାଯାଇଛି । ମନ୍ତ୍ରୀ ବସି କିମ୍ବା ଠିଆହୋଇ ଉତ୍ତର ଦେଇପାରିବେ । ବିଧାୟକମାନେ ଓକାକ ବିଲ୍‌ଡିଂ, ଲୋକସେବା ଭବନ ଓ ଅନ୍ୟସ୍ଥାନରେ ବି ରହିପାରିବେ । ବିରୋଧୀ ଦଳ ନେତା ହସ୍ପିଟାଲରେ ଥିବାରୁ ଚାହିଁଲେ ଭିଡିଓ କନଫରେନସିଂ ଯୋଗଦେଇପାରିବେ । ପ୍ରତିଦିନ ବିଧାନସଭା ପରିସରକୁ ସାନିଟାଇଜ୍ କରାଯିବ।

Leave a Reply