ଅନଲାଇନରେ ହେବ ବିଧାନସଭାର ସମସ୍ତ କାର୍ଯ୍ୟ

1 min read

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଦଳୁଛି କାର୍ଯ୍ୟ କରିବାର ଶୈଳୀ । ଏମଧ୍ୟରେ ବଦଳିଛି ବିଧାନସଭାର କାର୍ଯ୍ୟକରିବାର ଶୈଳୀ । ଏଣିକି ବିଧାନସଭାର ସବୁ କାମ ଅନଲାଇନରେ ହେବା ନେଇ ନିଆଯାଇଛି ନିଷ୍ପତ୍ତି । ଏଥିପାଇଁ ପୂରା ବିଧାନସଭାକୁ  ଇ-ବିଧାନସଭା କରାଯିବା ସହିତ ପୂରା ବିଧାନସଭାକୁ ୱlଇଫାଇ କରାଯାଇଛି । ଫୋନରେ କଥା ହେବା ପାଇଁ ସାରା ବିଶ୍ୱକୁ ନେଟୱର୍କରେ ଯୋଡ଼ା ଯାଇଛି  ।

୩୮୩ ବିଧାନସଭା କର୍ମୀଚାରୀଙ୍କୁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି । ସମସ୍ତ ଫାଇଲ କାମ କମ୍ପ୍ୟୁଟରରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  ।  ବିଧାନସଭା ଭିତରେ ଦୁଇଟା ଭିଡିଓ କନ୍ଫରେନ୍ସିଂ ହଲ କରାଯାଇଛି । ଏଥିରୁ ଗୋଟିଏ ବିଧାୟକଙ୍କ ପାଇଁ ରଖା ଯାଇଛି । ଏବଂ ସମସ୍ତ ବିଧାୟକଙ୍କୁ କମ୍ପ୍ୟୁଟର ଓ ଆଇପ୍ୟାଡ ଯୋଗାଇ ଦିଆଯାଇଛି  । ତେଣୁ ଏହି ସପ୍ତାହରୁ ସମସ୍ତ ବିଧାୟକ ଓ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ ।

୨୪ଘଣ୍ଟା ଭିତରେ ବିଧାନସଭାର ସବୁ କାମ ହେବା ସହ କେନ୍ଦ୍ର ସରକାର ଦେଶର ସବୁ ବିଧାନସଭାକୁ ଇ-ବିଧାନସଭା କରିବାକୁ ଲକ୍ଷ୍ୟ ରଖିଥିବାବେଳେ ପ୍ରଥମେ ହିମାଚଳ ପ୍ରଦେଶରେ ଏହା କାର୍ଯ୍ୟକାରୀ କରାଯାଇଛି  । ଏବେ ଓଡିଶା ଓ ପଞ୍ଜାବରେ ଏହା ଆରମ୍ଭ ହେବ । କେନ୍ଦ୍ର ଓ ରାଜ୍ୟର ୬୦ ଓ ୪୦ ଭାଗରେ ଏହି କାର୍ଯ୍ୟକ୍ରମ କରାଯାଉଛି ।ଏଥି ଲାଗି ଗତକାଲି କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି  ।

Leave a Reply