ବିଧାନସଭାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୦ ଗୃହିତ

ଭୁବନେଶ୍ୱର:

  • ବିଧାନସଭାରେ ଗୃହିତ ହେଲା ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ 2020। ଆଲୋଚନା ଓ ବିଚାର ପରେ ବିଲକୁ ପାରିତ କରିଛି ଗୃହ। ବିଲ ଆଲୋଚନା ବେଳେ ବିଜେପି ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରି ନଥିଲେ। ବାଚନୀକ ଭୋଟ ମାଧ୍ୟମରେ ବିଲଟିକୁ ପାରିତ କରାଯାଇଛି।
  •  କେନ୍ଦ୍ର ସରକାର ଓ ଚୀନ୍‌ ମଧ୍ୟରେ ସମ୍ପର୍କ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ୍‌ କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ପାରାଦୀପ ଓ ଗୋପାଳପୁର ବନ୍ଦରରୁ ଚୀନକୁ ଲୁହାପଥର ରପ୍ତାନୀ ପାଇଁ ଅନୁମତି କିଏ ଦେଲା ବୋଲି ତାରା ପ୍ରଶ୍ନ କରିଥିଲେ  ।ଗୃହରେ କେନ୍ଦ୍ର ସରକାର ଓ ଚାଇନା ସମ୍ପର୍କ ନେଇ ବିଜେପିକୁ ଘେରିଲେ ବିରୋଧୀ ଦଳର ବିଧାୟକ ତାରା ବାହିନୀପତି । ପାରାଦୀପ ଓ ଗୋପାଳପୁର ବନ୍ଦରରୁ ଚାଇନାକୁ ଲୁହା ଦେବାକୁ କେନ୍ଦ୍ର ଅନୁମତି ଦେଇଛି । ପାରାଦୀପରୁ ଦୈନିକ ୯୩୫ ଟନ ଓ ଗୋପାଳପୁରରୁ ୩୨୫ ଟନ ଲୁହାପଥର ଯୋଗାଇ ଦିଆଯାଉଛି । ହେଲେ ଏହା ବାଦ ହଜାର ହଜାର ଟନ ଚାଇନାକୁ ଲୁହାପଥର ରପ୍ତାନୀ ହେଉଛି । ସେହି ଲୁହାରେ ଚାଇନା ଅସ୍ତ୍ର କରି ଭାରତକୁ ଆକ୍ରମଣ କରିବ ବୋଲି ବିରୋଧି ଟାର୍ଗେଟ କରିଛି ।
  •  ବିଜେପି ଆଜି ପୁଣି ପିଏମ୍‌ କିଷାନ ଯୋଜନା ନେଇ ମୁଲତବୀ ପ୍ରସ୍ତାବ ଦେଇଥିଲା । ତେବେ ଗତକାଲି କୃଷି ଓ କୃଷକ ସଂପର୍କିତ ମୁଲତବି ପ୍ରସ୍ତାବ ଆଲୋଚନା ହେଇଥିବାରୁ ବାଚସ୍ପତି ଅଗ୍ରାହ୍ୟ କରିଥିଲେ । ଗତକାଲି ବିଜେପି ଚାହିଁଥିଲେ ଗୃହରେ ଚାଷୀ ସମସ୍ୟା ଆଲୋଚନାରେ ଭାଗ ନେଇ ଏହି ପ୍ରସଙ୍ଗ ଉଠାଇ ପାରିଥାନ୍ତା ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି । ସେହିପରି ଚାଷୀମାନଙ୍କ ସୁବିଧା ପାଇଁ ଚକବନ୍ଦୀ ଓ ବନ୍ଦୋବସ୍ତ କାମ ସାରିବାକୁ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଦାବି କରିଥିଲେ ।
  • ଗୃହରେ ବିଜେପି ସଦସ୍ୟଙ୍କ ନାରାବାଜି । ଆଲୋଚନା ପାଇଁ ସୁଯୋଗ ନମିଳିବା ଅଭିଯୋଗ କରି ହୋହଲ୍ଲା । ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନା କିମ୍ବା ଖଣି ପ୍ରସଙ୍ଗରେ ଆଲୋଚନା ପାଇଁ ସୁଯୋଗ ମିଳୁନଥିବା କହି ଗୃହ ମଝିରେ ହୋହାଲ୍ଲା କରିଥିଲେ ବିଜେପି ସଦସ୍ୟ । ଆମକୁ କହିବାକୁ ସୁଯୋଗ ନଦେଲେ ଗୃହ ଚଲାଇଦେବୁନି ବିରୋଧୀଦଳ ନେତା କହିଥିଲେ  ପ୍ରଦୀପ୍ତ ନାୟକ ।

Leave a Reply