spot_img

Latest Posts

’ନବୀନ ପଟ୍ଟନାୟକଙ୍କ ଅମଳରେ ଅଭାବୀ ଓଡ଼ିଶା ପ୍ରଭାବୀ ରାଜ୍ୟରେ ପରିଣତ ହୋଇଥିଲା’

ଭୁବନେଶ୍ବର: ଓଡିଶା ଦିବସ ପାଇଁ ଆଲୋକମାଳାରେ ସଜେଇ ହୋଇଛି ପୂରା ରାଜଧାନୀ। ଏଜି ଛକରୁ ୟୁନିଟ-୪ ଛକ ଓ ରବୀନ୍ଦ୍ର ମଣ୍ଡପ ଛକରୁ କମିଶନରେଟ ପୋଲିସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵକୁ ପୂରା ଆଲୋକ ମାଳାରେ ସଜା ଯାଇଛି। ଏଜି ଅଫିସ, ଜୟଦେବ ଭବନ, ଗୀତ ଗୋବିନ୍ଦ ସଦନ, ବିଧାନସଭା, ଲୋକସେବା ଭବନ, ବିଏମସି କାର୍ଯ୍ୟାଳୟ, ରବୀନ୍ଦ୍ର ମଣ୍ଡପ ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସୁସଜ୍ଜିତ କରାଯାଇଛି। ସୁନ୍ଦର ଆଲୋକମାଳାକୁ ଦେଖି ଯିଏ ରାସ୍ତାରେ ଯାଉଛି ଟିକେ ଅଟକି ଯାଇ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି।

ଏହି ଅବସରରେ ଆଜି ସାରା ରାଜ୍ୟରେ ବିଜେଡି ପାଳୁଛି ଓଡ଼ିଶା ଦିବସ । ଓଡ଼ିଶାର ଅନେକ ବରପୁତ୍ର ମାନଙ୍କ ସଂଘର୍ଷ, ତ୍ୟାଗ, ବଳିଦାନ ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଭାଷା ଭିତ୍ତିରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା । ଏହି ଦିନକୁ ଓଡ଼ିଶାବାସୀଙ୍କ ପାଇଁ ଚିରସ୍ମରଣୀୟ କରିବାକୁ ଓଡ଼ିଶା ଦିବସ ଭାବେ ପାଳିତ ହେଉଛି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ, ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ଓ ଜିଲ୍ଲା କାର୍ଯ୍ୟାଳୟରେ ବିଜେଡ଼ି ତରଫରୁ ଓଡ଼ିଶା ଦିବସ ପାଳନ କରାଯାଉଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆଜି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବଡ଼ ଧୂମଧାମରେ ପାଳି ହୋଇଯାଇଛି । ଏହି ଅବସରରେ ରାଜ୍ୟର ବିକାଶ ପାଇଁ ନବୀନଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । ଓଡ଼ିଶା ଆଜି ଏକ ମଜଭୁତ ଭିତ୍ତିଭୂମି ଉପରେ ଆଗକୁ ବଢିଛି। ଓଡ଼ିଶାର ବିକାଶକୁ କେହି ରୋକିପାରିବେ ନାହିଁ। କିଛି ବର୍ଷ ପରେ ଆମେ ସ୍ବତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା। ବିଜୁ ବାବୁଙ୍କ ସ୍ବପ୍ନ ଥିଲା ଓଡ଼ିଶାକୁ ଏସିଆର ଏକ ନମ୍ବର ରାଜ୍ୟ କରିବା ବୋଲି ନବୀନ କହିଥିଲେ ।

Latest Posts

Don't Miss