ଓଡ଼ିଶାକୁ FIH ଅଧ୍ୟକ୍ଷଙ୍କ ପ୍ରଶଂସା, କହିଲେ ଭୁବନେଶ୍ୱର ସାଜିଛି ହକିର ହବ୍

1 min read

ଭୁବନେଶ୍ୱର: ହକି ପାଇଁ ଓଡ଼ିଶା ଲକି  । ଭୁବନେଶ୍ୱର ବିଶ୍ୱର କ୍ରିଡ଼ା ହବ  । ଓଡ଼ିଶାର ପ୍ରାୟୋଜକରେ ହକି ହାତେଇଛି ଅଲିମ୍ପିକ ଟ୍ରଫି  । ଲୋକସେବା ଭବନରେ ଓଡ଼ିଶାକୁ ଏମିତି କିଛି ଢଙ୍ଗରେ ପ୍ରଶଂସା କରିଛନ୍ତି FIH ସଭାପତି ନରିନ୍ଦର ବାତ୍ରା  । ଓଡ଼ିଶାରେ ଆଗାମୀ ଜୁନିୟର ହକି ବିଶ୍ୱକପ ୨୦୨୧ ଖେଳାଯିବା ନେଇ ଘୋଷଣା ହୋଇଛି  । ଓଡ଼ିଶା ହିଁ ହକି ବିଶ୍ୱକପ ପାଇଁ ଉପଯୋଗୀ ସ୍ଥାନ  ବୋଲି କହିବା ସହ ହକି କ୍ରୀଡ଼ାବିତଙ୍କ ପାଇଁ ଓଡିଶାର ପ୍ରତ୍ସୋହନକୁ ପ୍ରଶଂସା କରିଛନ୍ତି ନରିନ୍ଦ୍ର ବାତ୍ରା  ।

ହକିର ଲୋକପ୍ରିୟତା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି  । ହକି ପାଇଁ ଓଡିଶା ଲକି ବୋଲି ସମ୍ବୋଧିତ କରିବା ସହ କଳିଙ୍ଗ ଷ୍ଟାଡିୟମ ହକି ପାଇଁ ଦେଶର ସର୍ବଶ୍ରେଷ୍ଠ ଭେନ୍ୟୁ ବୋଲି ସେ କହିଛନ୍ତି । କ୍ରିଡାର ବିକାଶରେ ଓଡିଶା ଦେଶର ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହାରଣ । ଅନ୍ୟପଟେ ହକି ସଚିବ ରାଜିନ୍ଦର ସିଂହ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି  ।

ନଭେମ୍ବର ୨୪ରୁ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ କନିଷ୍ଠ ହକି ବିଶ୍ୱକପ  । ପୂର୍ବରୁ ଗୈାହାଟୀ ଓ ଓଡ଼ିଶାର ନାମ ଏହି ରେସରେ ରହିଥିଲା  । ଶେଷରେ ଓଡ଼ିଶାରେ ହିଁ ହକି ୱାର୍ଲ୍ଡକପ  ହେବା ନେଇ ମୋହର ମାରିଛନ୍ତି ହକି ଇଣ୍ଡିଆ ସ଼ଭାପତି  ।   ୨୦୧୮ ମସିହାରେ ଭୁବନେଶ୍ୱରରେ ପୁରୁଷ ହକି ବିଶ୍ଵକପ ସଫଳତାର ସହ ଆୟୋଜିତ ହୋଇଥିଲାବେଳେ ୨୦୨୩ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ଵକପ ଭୁବନେଶ୍ୱର ସମେତ  ରାଉରକେଲାରେ ଅନୁଷ୍ଠିତ ହେବ ।

Leave a Reply