ରାଜ୍ୟରେ ପୁଣି ଜଣେ ମନ୍ତ୍ରୀଙ୍କୁ କରୋନା

1 min read

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ ମନ୍ତ୍ରୀଙ୍କୁ କରୋନା । ସାରା ବିଶ୍ୱ କରୋନା ଜାଲରେ ଫସିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ବେଶ ପ୍ରଭାବ ଦେଖିବାକୁ ମିଳିଛି । ତେବେ ଏଭଳି ପରିସ୍ଥିତିରେ ଓଡ଼ିଶାରେ ସାଧାରଣ ଲୋକ କରୋନା ସଂକ୍ରମିତ ହେବା ସହ ଅନେକ ବିଜେଡି ନେତା ମଧ୍ୟ ସଂକ୍ରମିତ ହୋଇଛନ୍ତି । ତେବେ ସେହି ଲିଷ୍ଟରେ ଏବେ ଆଉ ଜଣେ ବିଜେଡି ମନ୍ତ୍ରୀଙ୍କ ନାଁ ଯୋଡ଼ି ହୋଇସାରିଛି । କରୋନା ଆକ୍ରାନ୍ତ ହେବା ପରେ ପୂର୍ତ୍ତ, ଇସ୍ପାତ ଏବଂ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ନିଜେ ଟ୍ୱିଟ୍‌ କରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତି ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ ଏବଂ ନିଜକୁ ସଂଙ୍ଗରୋଧରେ ରଖନ୍ତି ।

ସେ ଆହୁରି ଲେଖିଛନ୍ତି ଯେ, ‘ମୁଁ କରୋନା ପରୀକ୍ଷା କରିଥିଲି ରିପୋର୍ଟ ପଜିଟିଭ ଆସିଛି, ପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୁଁ ସୁସ୍ଥ ଅଛି ହସ୍ପିଟାଲରେ ଚିକିତ୍ସିତ ହେଉଛି । ମୋ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ତାଙ୍କର କରୋନା ପରୀକ୍ଷା କରିବା ସହିତ ସଙ୍ଗରୋଧରେ ରହିବାକୁ ଅନୁରୋଧ ।’

Leave a Reply