୨୦୨୪-୨୫ କାମଚଳା ବଜେଟ: ସବୁ ବର୍ଗର ଲୋକଙ୍କ ପାଇଁ ବ୍ୟବସ୍ଥା

1 min read

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରଜ୍ୟ ବିଧାନସଭାରେ ଶେଷ ବଜେଟ ଉପସ୍ଥାପନ ହୋଇଛି । ଆର୍ଥମନ୍ତ୍ରୀ ବିକ୍ରମ ଆରୁଖ ବଜେଟ ଉପସ୍ଥାପନ କରିଛନ୍ତି । qଜେଟରେ ମୋଟ ୨ ଲକ୍ଷ ୫୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏଥିରେ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି । ଏହି ବଜେଯରେ ମୁଖ୍ୟମନ୍ତ୍ରୀ ସବୁ କ୍ଷେତ୍ରର ବିକାଶ ଉପରେ ଗୁରୁତ୍ବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାହାକୁ ଅବହେଳା ନକରିବା ମୂଳମନ୍ତ୍ର ଚଳିତ ବଜେଯରେ ମଧ୍ୟ ଦେଖିବାକୁ ମିଳିଛି ।

ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଓ ଐତିହ୍ୟକୁ ସଂରକ୍ଷିତ ରଖିବାକୁ ରାଜ୍ୟ ସରକାର ଆମ ଓଡ଼ିଶା ନବୀନ ଓଡ଼ିଶା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ବିଭିନ୍ନ ପଦକ୍ଷେପ କାର୍ଯ୍ୟକାରୀ କରିବା ପାଇଁ ବଜେଟରେ ରାଜ୍ୟ ସରକାର ୪ ହଜାରରୁ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରିଛନ୍ତି ।

କୃଷକ ଓ କୃଷକଙ୍କ କଲ୍ୟାଣ

ରାଜ୍ୟ ସରକାର କୃଷକ ଓ କୃଷକଙ୍କ କଲ୍ୟାଣ ଉପରେ ଗୁରୁତ୍ବ ଦେଇଛନ୍ତି । ବଜେଟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୮ ହଜାର ୯୪୪ କୋଟି ଟଙ୍କା ବ୍ୟବବରାଦ କରାଯାଇଛି । ପଶୁସମ୍ପଦ ଓ ମାଛ ଚାଷ ଓଡ଼ିଶାର ଚାଷୀଙ୍କ ଆୟ ବୃ୍ଦ୍ଧିରେ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଏହି କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ନିମନ୍ତର୍ ୧ ହଜାର ୯ ଶହ ୩୮ କୋଟି ଟଙ୍କା ବ୍ୟବବରାଦ କରାଯାଇଛି ।

ଜଳସେଚନକୁ ଗୁରୁତ୍ବ

ଅର୍ଥନୈତିକ ବିକାଶ, ଦାରିଦ୍ର୍ୟ ଦୂରୀକରଣ ଓ କୃଷକଙ୍କ ଅଭିବୃଦ୍ଧି ପାଇଁ ଜଳସେଚନ ଉପରେ ଗୁରୁତ୍ବ । ରାଜ୍ୟର ଜଳଧାରଣ କ୍ଷମତା ବଅଦ୍ଧି ଉଦ୍ଦେଶ୍ୟରେ ସରକାର ISS (in-Streame Storage Structure) ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ୪୬ଟି ISS ନିର୍ମାଣକାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ୨୦୨୪-୨୫ରେ ତୃତୀୟ ବର୍ଯ୍ୟାୟରେ ୨୫ଟି ନୂଆ ISS ନିର୍ମାଣ ପ୍ରସ୍ତାବ ରହିଛି । ଏଥିପାଇଁ ବଜେଟରେ ୮୬୦ କୋଟି ଟଙ୍କାର ପ୍ରସ୍ତାବ ରହିଛି ।

ପାର୍ବତୀଗିରି ବୃହତ ଉଠା ଜଳସେଚନ ଯୋଜନାରେ ୧ ହଜାର ୨ ଶହ ୨୫ କୋଟି ଟଙ୍କାର ପ୍ରସ୍ତାବ ରହିଛି । ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା ପାଇଁ ୪୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରତିରୋଧ ଲୁଣାବନ୍ଧ ପ୍ରକଳ୍ପ ଅଧୀନରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲା ପାଇଁ ୭୬୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହାସହ ବନ୍ୟା ପ୍ରତିରୋଧୀ ବନ୍ଧ ନିର୍ମାଣ ପାଇଁ ୧୧୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଖାଦ୍ୟ ନିରାପତ୍ତା

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟରେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ହୋଇଛି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମାଗଣାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି । ଧାନକ୍ରୟର ପ୍ରାପ୍ୟ ଚାଷୀଙ୍କୁ ଠିକ ସମୟରେ ପୈଠ କରିବାକୁ ବଜେଟରେ ୨ ହଜାର କୋଟି ଟଙ୍କାର ରିଭଳଭିଂ ଫଣ୍ଡ ସୃଷ୍ଟଇ କରାଯାଇଛି ।

ସାମାଜିକ ନିରାପତ୍ତା

ସମାଜର ସମସ୍ତ ଦୁର୍ବଳ ବର୍ଗଙ୍କ ଆବଶ୍ୟକତା ପ୍ରତି ରାଜ୍ୟ ସରକାର ଗୁରୁତ୍ବ ଦେଇ ଆସିଛନ୍ତି । ମଧୁବାବୁ ପେନସନ ଯୋଜନାରେ ୨୦୨୪-୨୫ ଆର୍ଥିକ ବଜେଟରେ ୩୯୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ତୃତୀୟ ଲିଙ୍ଗି ଓ ଭିକ୍ଷୁକଙ୍କ ବିଭିନ୍ନ ଯେଜନାରେ ସେମାନଙ୍କୁ ଗୁଣାତ୍କମ ଆବାସ, ଥଇଥାନ ପାଇଁ ଜିଲ୍ଲା ମୁଖ୍ୟଳାୟରେ ସମନ୍ବିତ ଆବାସ ପ୍ରତିଷ୍ଠା ସହ ବୃଦ୍ଧାଶ୍ରମର ରକ୍ଷଣାବେକ୍ଷଣା ପାଇଁ ୫୬ କୋଟି ଟଙ୍କାର ପ୍ରସ୍ତାବ ରହିଛି । ସରକାରୀ ପ୍ରତିଷ୍ଠାନ ଓ ଭିତ୍ତିଭୂମିକୁ ଭିନ୍ନକ୍ଷମଙ୍କ ପାଇଁ ସୁଗମ କରିବାକୁ ୧୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ସମସ୍ତଙ୍କୁ ସ୍ବାସ୍ଥ୍ୟସେବା

ରାଜ୍ୟ ସରକାର ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଗୁରୁତ୍ବ ଦେଇ ଆସିଛନ୍ତି । ବଜେଟରେ ସ୍ବାସ୍ଥ୍ୟସେବା ପାଇଁ ୧୯ ହଜାର ୯୫୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହି କ୍ରମରେ ଆମ ହସ୍ପିଟାଲ ଯୋଜନାରେ ଆଗାମୀ ୫ ବର୍ଷରେ ୩୩୮୯ କୋଟି ଟଙ୍କା ବିନିଯୋଗରେ ୧୮୫୮ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତରିକରଣ କାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୧୩୧୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ୨୦୨୪-୨୫ ଆର୍ଥିକ ବର୍ଷରେ BSKY ପାଇଁ ୫୪୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପାଇଁ ୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ବିଏସକେଓ୍ବାଇ ଓ ନବୀନ କାର୍ଡ ଅଧିନରେ ମୋଟ ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ସ୍ବାସ୍ଥ୍ୟ ସୁବିଧା ପାଇବେ। ସେହିପରି ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୧୬୬୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ମହିଳା ସଶକ୍ତିକରଣକୁ ଗୁରୁତ୍ବ

ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ମିଶନଶକ୍ତି ଜରିଆରେ ମହିଳାମାନେ ଆଜି ନିଜେ ସ୍ବାବଲମ୍ବୀ ହୋଇପାରିଛନ୍ତି । ସେହିପରି ଏସଏଚଜି ମହିଳା ନିଜ ଦକ୍ଷତାର ପରିଚୟ ଦେଇଚନ୍ତି । ଚଳିତ ବଜେଟରେ ମିଶନଶକ୍ତି ପାଇଁ ରାଜ୍ୟ ସରକାର ୨୭୨୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଜାତୀୟ ଗ୍ରାମୀଣ ଜୀବିକା ମିଶନ ଲାଗି ୧୧୬୨ କୋଟି ଟଙ୍କା, ମିଶନଶକ୍ତି ଗୃହ ପାଇଁ ୪୧୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ରାଜ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଆନ୍ଦୋଳନକୁ ଆଗେଇ ନେଇଥିବା ମିଶନ ଶକ୍ତି ଯୋଜନାକୁ ବଜେଟରେ ଗୁରୁତ୍ବ ଦିଆଯାଇଛି। ଏପର୍ଯ୍ୟନ୍ତ ୬ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ହୋଇଛି। ଯାହାର ସଦସ୍ୟ ସଂଖ୍ୟା ୭୦ ଲକ୍ଷ ରହିଛି। ସେହିପରି ମିଶନଶକ୍ତି ସ୍କୁଟର ଯୋଜନାରେ ଆଗାମୀ ୫ ବର୍ଷରେ ୫୨୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ବିକାଶ

୨୦୨୪-୨୫ ଆର୍ଥିକ ବର୍ଷରେ ୧୪ ଲକ୍ଷ ୮୬ ହଜାର ଅନୁସୂଚିତ ଜନଜାତି, ଅନୁସୂଚିତ ଜାତିଓ ଅନ୍ୟ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ପାଇଁ ୧୪୪୯ କୋଟି ଟଙ୍କାର ବ୍ୟୟବରାଦ କରାଯାଉଛି । ଅନୁସୂଚିତ ଜନଜାତି ଓ ଜାତିର ଛାତ୍ରଛାତ୍ରୀଙ୍କୁ ଇଂରାଜୀ ମାଧ୍ୟମ ଶିକ୍ଷାର ସୁଯୋଗ ଦେବା ପାଇଁ ବଜେଟରେ ଅନ୍ବେଷା କାର୍ଯ୍ୟକ୍ରମ ମାଧ୍ୟମରେ ୧୩୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାିଛି । ଆଦିବାସୀ ସଂସ୍କୃତି ଓ ପରାମ୍ପରା, ଐତିହ୍ୟ ଓ ସବୁ ଜନଜାତିର ସ୍ବତନ୍ତ୍ର ପରିଚୟ ପାଇଁ ୨୩ଟଇ ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ଏହାରି ଅଧୀନରେ ବିଭିନ୍ନ କାର୍ଯ୍ୟ ହାତକୁ ନେବାକୁ ୨୨୬ କୋଟି ଟଙ୍କା ବ୍ୟବବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅଧୀନରେ ୨ ଶହକୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି OPELIP କାର୍ଯ୍ୟକ୍ରମ ଅଧୀନରେ ୯୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । TASP ଅଂଶ ବାବଦକୁ ବଜେଟରେ ୩୩,୭୩୧ କୋଟି ଟଙ୍କା  ଏବଂ SCSP ଅଂଶ ବାବଦକୁ ୨୪,୮୪୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ଶିକ୍ଷା

ବଜେଟରେ ଶିକ୍ଷା ଲାଗି ୩୩ ହଜାର ୮୬୫ କୋଟି ଟଙ୍କାର ବ୍ଯୟବରାଦ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ଲାଗି ୨୪ ହଜାର ୭୬୪ କୋଟି ଟଙ୍କା ବ୍ୟୟ ହେବ । ମୋ ସ୍କୁଲ ଅଭିଯାନ ଅଧୀନରେ ଖର୍ଚ୍ଚ ହେବ ୫୨୧ କୋଟି ଟଙ୍କା । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଲାଗି ୮୮୦ କୋଟି, 5T ଅଧୀନରେ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ ଲାଗି ୧୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଉଚ୍ଚଶିକ୍ଷା ଲାଗି ୩ ହଜାର ୪୭୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ ଅର୍ଥମନ୍ତ୍ରୀ ।

ଦକ୍ଷତା

ଦକ୍ଷତା ବିକାଶ କ୍ଷେତ୍ର ପାଇଁ କାର୍ଯ୍ୟକ୍ରମ ବ୍ୟୟ ବରାଦକୁ ୨୦୨୪-୨୫ ଆର୍ଥିକ ବର୍ଷରେ ଦୁଇଗୁଣା କରାଯାଇଛି । ଏଥିପାଇଁ ୧୦୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ପରିବହନ

ସରକାର ରାଜ୍ୟର ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଉଛନ୍ତି । ପରିବହନ ବିଭାଗ କାର୍ଯ୍ୟକ୍ରମ ବ୍ୟବବରାଦରେ ୨୯୯୮ କୋଟି ଟଙ୍କା ପ୍ରସ୍ତାବ ରହିଛି । ଗ୍ରାମୀଣ ଯୋଗାଯୋଗ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି । ଗ୍ରାମୀଣ ସଡ଼କ ଓ ସେତୁ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ୮୮୧୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ବିଜୁ ସେତୁ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟକାରୀ କରୁଛି । ଲକ୍ଷ୍ମୀ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୧୯୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଆମ ବସଷ୍ଟାଣ୍ଡ ଯୋଜନାରେ ୨୪-୨୫ ଆର୍ଥିକ ବର୍ଷରେ ୨୧୦ କୋଟି ଟଙ୍କା ବ୍ୟୟରେ ୧୩୨ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ ପ୍ରସ୍ତାବ ରହିଛି । ସେହିପରି ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କା ବ୍ୟୟ ବରାଦ ରହିଛି । ଏହାବାଦ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ ରେଳ ପ୍ରକଳ୍ପର ବିକାଶ ପାଇଁ ୭୦୦ କୋଟି ଟଙ୍କା ବ୍ୟୟର ପ୍ରସ୍ତାବ ରହିଛି ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶିଲ୍ପ କ୍ଷେତ୍ର

ରାଜ୍ୟ ସରକାର ବ୍ୟବସାୟ ତଥା ଭିତ୍ତିଭୂମି ସହାୟତା ପଅଦାନ କରି ଉତ୍ପାଦନ ଏବଂ ପ୍ରକ୍ରିୟାକରଣ ନିମିତ୍ତ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି । ଏହି ଉଦ୍ଦେଶ୍ୟରେ ୨୦୨୪-୨୫ ଆର୍ଥିକ ବର୍ଷରେ ଶିଲ୍ପ ଓ MSME କ୍ଷେତ୍ର ପାଇଁ ବ୍ୟୟବରାଦକୁ ୧୫୫୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

ନଗର ଉନ୍ନୟନ

ସହରାଞ୍ଚଳରେ ରହୁଥିବା ଭୂମିହୀନ ଗରିବ ଲୋକଙ୍କ ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି । ମୁକ୍ତା ଯୋଜନା ଅଧୀନରେ ୧୦୦୦ କୋଟି ଟଙ୍କାରେ ୬୦ ହଜାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ସେହିପରି ଡ୍ରିଙ୍କ ଫ୍ରମ ଟ୍ୟାପ୍ ମିଶନ କାର୍ଯ୍ୟକ୍ରରୀ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ବ୍ୟବବରାଦ ୪୦ ପ୍ରତିଶତ ବୃଦ୍ଧି ପାଇ ୧୦ ହଜାର ୭୧୮ କୋଟିରେ ପହଞ୍ଚିଛି ।

ଓଡ଼ିଶା ସଂସ୍କୃତି ଓ ଐତିହ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ qିଶ୍ବ ିତିହାସରେ ଏକ ମାଇଲଖୁଣ୍ଟ । ସମଲେଇ ପ୍ରକଳ୍ପ ରେକର୍ଡ ସମୟରେ ସରିଛି । ସତ୍ୟବାଦୀରେ ଓଡ଼ିଶା ବିଶ୍ବବିଦ୍ୟାଳୟର ନୂତନ କ୍ୟାମ୍ପସ ପ୍ରତିଷ୍ଠା ହେଉଛି । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଭବିଷ୍ୟତ ପିଢ଼ିଙ୍କ ଏହି ସ୍ମାରକୀର ସଂରକ୍ଷଣ ଓସୁରକ୍ଷା ଏକାନ୍ତ ଜରୁରୀ । ଏଥିପାଇଁ ଅବଢ଼ା ଯୋଜନାରେ ୧୪୦୦ କୋଟି ବ୍ୟୟରେ ୧୫୦ଟି ପ୍ରକଳ୍ପ ହାତକୁ ନିଆଯାଇଛି ।