ଗତବର୍ଷଠାରୁ ଏଥର ୧୮ ପ୍ରତିଶତ ଅଧିକ ଧାନ କିଣିଛି ରାଜ୍ୟ

Odisha Buyed Paddy More Than 18 Percentage Against Last Year

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ବମ୍ପର ଧାନ ସଂଗ୍ରହ ହୋଇଛି । ଗତବର୍ଷଠାରୁ ଏଥର ୧୮ ପ୍ରତିଶତ ଅଧିକ ଧାନ କିଣାଯାଇଛି । ମାର୍ଚ୍ଚ ୩୧ରେ ଧାନ ସଂଗ୍ରହ ଅବଧି ସରିବା ପରେ ଏଭଳି ତଥ୍ୟ ଦେଇଛି ଯୋଗାଣ ବିଭାଗ । ୧୧ ଲକ୍ଷ ୯୨ ହଜାର ୧୧୨ ଜଣ ଚାଷୀ ଏବର୍ଷ ଧାନ ବିକିଛନ୍ତି । ତେବେ ମଣ୍ଡିରେ ଏବେବି ଧାନ ପଡ଼ିଥିବାରୁ ଧାନ କିଣା ଅବଧିକୁ ଆଉ ମାସେ ବୃଦ୍ଧି କରିବା ପାଇଁ ବିରୋଧୀ ଦାବି କରିଛନ୍ତି । ସେପଟେ ଶାସକ ଦଳ କହିଛି, ସରକାର ଆବଶ୍ୟକତାଠାରୁ ଅଧିକ ଧାନ କିଣିଛନ୍ତି । ତେଣୁ ଅବଧି ବୃଦ୍ଧି ହେବ କି ନାହିଁ, ସେନେଇ ବିଚାର ବିମର୍ଶ ଚାଲିଛି ।

Odisha Buyed Paddy More Than 18 Percentage Against Last Year

ରାଜ୍ୟରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି । ଗତବର୍ଷ ୫୩ ଲକ୍ଷ ୩୧ ହଜାର ୧୮୬ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ ଏବର୍ଷ ୬୨ ଲକ୍ଷ ୯୩ ହଜାର ୭୫୨ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି । ଯାହାକି ଗତବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ । ଉପାନ୍ତ ଅଞ୍ଚଳ କୋରାପୁଟରେ ୪୦ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଥିବା ବେଳେ ବରଗଡ଼ରେ ୧୩ ପ୍ରତିଶତ, ବଲାଙ୍ଗିରରେ ୨୨ ପ୍ରତିଶତ, କଳାହାଣ୍ଡିରେ ୧୪ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି । ଧାନ ବିକ୍ରି ପାଇଁ ୧୪ ଲକ୍ଷ ୯୯ ହଜାର ୯୪୨ ଜଣ ଚାଷୀ ପଞ୍ଜିକରଣ କରିଥିଲେ । ସେଥିରୁ ୧୪ ଲକ୍ଷ ୪୭ ହଜାର ୪୯୫ ଜଣ ଚାଷୀଙ୍କୁ ଯାଞ୍ଚ କରାଯାଇଛି । ୧୧ଲକ୍ଷ ୯୨ହଜାର ୧୧୨ଚାଷୀ ଧାନ ବିକ୍ରି କରିଛନ୍ତି । ଏଥିପାଇଁ ୧୧ହଜାର ୮୩ ଲକ୍ଷ ୮୦୬କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ମାର୍ଚ୍ଚ ୩୧ ତାରିଖ ଧାନ ସଂଗ୍ରହ ଶେଷ ହୋଇଥିବା ବେଳେ ପୁନର୍ବାର ସରକାର ଅବଧି ବୃଦ୍ଧି କରିବେ କି ନାହିଁ ତାହା ସରକାର ନିଷ୍ପତ୍ତି ନେବେ ବୋଲି ବିଜେଡି କହିଛି ।

Odisha Buyed Paddy More Than 18 Percentage Against Last Year

ରାଜ୍ୟରେ ଏଥର ବମ୍ପର କ୍ରପ ହୋଇଛି । ସମସ୍ତ ପ୍ରକୃତ ଚାଷୀଙ୍କଠାରୁ ସରକାର ଧାନ ସଂଗ୍ରହ କରିଥିବା କହିଛନ୍ତି । ତେବେ ଆଉ ମାସେ ଅବଧି ବୃଦ୍ଧି କରିବାକୁ ଦାବି କରିଛନ୍ତି ବିରୋଧୀ । ଧାନ ସଂଗ୍ରହ ଓ ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ତିନି ଥର ବିଭାଗୀୟ ମନ୍ତ୍ରୀ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ତେବେ ଧାନ ସଂଗ୍ରହ ବାବଦ ଟଙ୍କା କେନ୍ଦ୍ର ନଦେବା ଓ ଏଫସିଆଇ ଠିକ୍‌ରେ ତାର ଦାୟିତ୍ବ ନତୁଲେଇବା ନେଇ ପ୍ରଶ୍ନ ଉଠିଛି । ସେପଟେ ଏପ୍ରସଙ୍ଗକୁ ନେଇ ଥମୁନି ରାଜନୀତି ।

Leave a Reply