ରାଜ୍ୟ କ୍ୟାବିନେଟରେ ୧୨ ପ୍ରସ୍ତାବକୁ ଅନୁମୋଦନ

1 min read

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୁଣାକାର ଓ କାରିଗର ସହାୟତା ଯୋଜନାରେ ୨ ହଜାରରୁ ଅଢ଼େଇ ହଜାର ବଢ଼ିଲା ଆର୍ଥିକ ସହାୟତା । ୪୦ରୁ ୮୦ ବର୍ଷ ବୁଣାକାରଙ୍କୁ ମିଳିବ ୨ ହଜାର ଟଙ୍କା । ୮୦ ବର୍ଷରୁ ଅଧିକ ବୁଣାକାରଙ୍କୁ ମିଳିବ ୨,୫୦୦ ଟଙ୍କା । ଏସଏଚଜି ମହିଳାଙ୍କୁ ମିଳିବ ୟୁନିଫର୍ମ ସହାୟତା । ୭୦ ଲକ୍ଷ ମହିଳାଙ୍କୁ ମିଳିବ ୧ ହଜାର ଲେଖାଏଁ ସହାୟତା । ଏକ୍ସିକ୍ଯୁଟିଭ ମେମ୍ବର ବ୍ଲେଜର ପାଇଁ ପାଇେବ ଆଉ ୨ ହଜାର ଟଙ୍କା ।

ଆଇଟିଆଇ, ପଲିଟେକନିକ ଶିକ୍ଷାନୁଷ୍ଠାନରେ ହେବ ରିଷ୍ଟ୍ରକଚରିଂ । ଦୁଇଟି କ୍ଯାଡର ରୁଲର ସଂଶୋଧନକୁ ମିଳିଛି ମଞ୍ଜୁରୀ । ଯୁବ ସମାଜକୁ ଉତ୍ତମ ମାନବ ସମ୍ବଳ ଦେବାକୁ ଲକ୍ଷ୍ଯ ରଖାଯାଇଛି । ନୂଆ-ଓ ସ୍କଲାରସିପକୁ ମିଳିଛି କ୍ଯାବିନେଟ ମଞ୍ଜୁରୀ । ବାର୍ଷିକ ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ବୃତ୍ତି ମିଳିବ । ଏସସି/ଏସଟି ଓ ନିର୍ମାଣ ଶ୍ରମିକଙ୍କ ପୁଅଙ୍କୁ ୧୦ ହଜାର, ଝିଅଙ୍କୁ ୧୧ ହଜାର ମିଳିବ ।

ସେହିପରି ନିୟମିତ ହେବେ ବହୁଭାଷୀ ଶିକ୍ଷା ସହାୟକ । ୨୧୩ରୁ ୭୩ ଜଣଙ୍କ ବୟସ ସୀମା କୋହଳ କରାଯାଇଛି । ଅବଶିଷ୍ଟ ଶିକ୍ଷା ସହାୟକଙ୍କୁ ଯୋଗ୍ଯତା ହାସଲ ପାଇଁ ୩ ବର୍ଷ ସମୟ ଦିଆଯାଇଛି । ଶିକ୍ଷାଗତ ଯୋଗ୍ଯତା ଆଧାରରେ ହେବେ ନିୟମିତ ।

ପୁରୀରେ କୁଲତା ସମାଜର ଧର୍ମଶାଳା ନିର୍ମାଣକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ବାଲୁଖଣ୍ଡରେ ୧ ଏକର ଜମି ଯୋଗାଇ ଦେବେ ରାଜ୍ୟ ସରକାର । ସେହିପରି ସଂସ୍କୃତି ବିଭାଗରେ ନୂଆ ପଦବୀକୁ ମିଳିଛି ଅନୁମୋଦନ । ସଂସ୍କୃତି ବିଭାଗରେ ଯୋଗ ଦେବେ ଉଚ୍ଚ ଶିକ୍ଷିତ ପ୍ରଫେସନାଲ୍ । ପୁରୁଣା ପଦବୀର ରିଷ୍ଟ୍ରକଚରିଂ ସହ ନୂଆ ପଦବୀକୁ ମଞ୍ଜୁରୀ ଦିଆଯାଇଛି । ରାଜ୍ଯର ସବୁ ଐତିହ୍ଯ ଓ କିର୍ତ୍ତୀରାଜିର ହେବେ ସୌନ୍ଦର୍ଯ୍ଯକରଣ । ୧୫୯ଟି ପ୍ରକଳ୍ପର ରୂପାନ୍ତରଣକୁ କ୍ଯାବିନେଟ ମଞ୍ଜୁରୀ ମିଳିଛି । ଏଥିପାଇଁ ୨ ହଜାର ୬୨ କୋଟି ୧୯ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ ରଖାଯାଇଛି । ୨୦୨୬-୨୭ ସୁଦ୍ଧା ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ ଲକ୍ଷ୍ଯ ଧାର୍ଯ୍ୟ କରାଯାଇଛି ।

ଆହୁରି ବଳିଷ୍ଠ ହେଲା ମିଶନ ଶକ୍ତି । ୬ ଲକ୍ଷ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ୭୦ ଲକ୍ଷ ସଦସ୍ୟାଙ୍କୁ ୟୁନିଫର୍ମ ବାବଦରେ ମିଳିବ ଏକ ହଜାର ଲେଖାଏଁ ଟଙ୍କା । ପଂଚାୟତ ଓ ବ୍ଲକ ସ୍ତରରେ ଥିବା କାର୍ଯ୍ୟନିର୍ବାହୀ କମିଟି ସଦସ୍ୟଙ୍କୁ ୟୁନିଫର୍ମ ସହାୟତା ସହ ବ୍ଲେଜର ବାବଦରେ ମିଳିବ ଅତିରିକ୍ତ ୨ ହଜାର ଟଙ୍କା । ଏ ବାବଦରେ ଖର୍ଚ୍ଚ ହେବ ୭୩୦ କୋଟି ଟଙ୍କା ।