ସାରା ଦେଶ ପାଳୁଛି ଦୀପର ଉତ୍ସବ: ବିଭିନ୍ନ ସ୍ଥାନରେ ଚାଲିଛି ମା’ କାଳୀଙ୍କ ପୂଜାର୍ଚ୍ଚନା

1 min read

ଭୁବନେଶ୍ୱର : ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧକାରକୁ ଦୂରକରି ଆଲୋକର ବିଜୟ ପ୍ରାପ୍ତିର ଦିନ । ଦୀପାବଳି ପାଇଁ ଗାଁଠୁ ଆରମ୍ଭ କରି ସହର ବଜାର ସବୁକିଛି ଚଳଚଞ୍ଚଳ ହୋଇଉଠିଛି। କରୋନା କଟକଣାରେ ସବୁଠି ଦୀପ ଉତ୍ସବ ପାଳିତ ହେଉଛି। ଦୀପ ଜାଳି ଦୀପାବଳି ପାଳନ ପାଇଁ ସଭିଏଁ ମନସ୍ଥ କରିଛନ୍ତି । ଯିଦିଓ କରୋନାର ନିୟନ୍ତ୍ରଣରେ ଅଛି ତଥାପି ସତର୍କ ରହି ଗାଇଡଲାଇନ ମାନି ଦୀପାବଲି ପାଳନ କରାଯାଉଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ମା’ କାଳୀଙ୍କ ମୃଣ୍ମୟୀ ମୃତ୍ତି ପ୍ରତିଷ୍ଠା କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଦୀପାବଳି ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । କେବଳ ସବୁଜ ବାଣ ବିକ୍ରି ଓ ବ୍ୟବହାର କରିବାକୁ ଅନୁମତି ମିଳିଛି। PESO ସାର୍ଟିଫିକେଟ ଥିବା ବାଣ ଫୁଟାଇବାକୁ ଗ୍ରୀନ ସିଗନାଲ ମିଳିଛି। ଆଜି ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି । ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ହେବ ।

Leave a Reply