spot_img

Latest Posts

୨୮ ଜିଲ୍ଲାରେ ସେଲସ୍ ହବ୍ ଓ ୨ଟି ଶାଖା ସ୍ଥାପନ କଲା ଏସବିଆଇ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଭୁବନେଶ୍ବର ଓ କଟକରେ  ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୨ଟି ଶାଖା ସହିତ ୨୮ଟି ଜିଲ୍ଲାରେ ୨୮ଟି ଜିଲ୍ଲା ସେଲସ୍‌ ହବ‌ର ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। ମିଶନ୍‌ ଶକ୍ତି ମହିଳା ମାନଙ୍କୁ ବିନା ସୁଧରେ ଏଣିକି ଋଣ ମିଳିବ ବୋଲି ନବୀନ ଘୋଷଣା କରିଛନ୍ତି। ଅର୍ଥନୈତିକ ଅନ୍ତର୍ଭୁକ୍ତିରେ ମହିଳା ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ତେଣୁ ବ୍ୟାଙ୍କଗୁଡ଼ିକ ଗ୍ରାମାଞ୍ଚଳର ଅଧିକରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ଋଣ ଯୋଗାଇଦେବାକୁ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦେଇଛନ୍ତି ନବୀନ। ଏହି ଅବସରରେ ମୁଖ୍ୟମନ୍ତ୍ର କହିଛନ୍ତି ଯେ, କରୋନା ବେଳେ ସାରା ବିଶ୍ୱ ଏକ ଆହ୍ୱାନମୂଳକ ପରିସ୍ଥିତି ଦେଇ ଗତି କରୁଛି । ଦେଶ ତଥା ରାଜ୍ୟର ଅର୍ଥନୀତିକ ସ୍ଥିତିରେ ସୁଧାର ଆଣିବା ପାଇଁ ବ୍ୟାଙ୍କଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି  ।ଏଭଳି ସମୟରେ ଗ୍ରାମାଞ୍ଚଳର ଜୀବିକା ବଞ୍ଚାଇବା ପାଇଁ  ବ୍ୟାଙ୍କଗୁଡ଼ିକୁ ଏଭଳି କରିବାକୁ ପଡ଼ିବ ବୋଲି ସେ କହିଥିଲେ । ସେହିଭଳି ଷ୍ଟେଟ୍ ବ୍ୟାଙ୍କ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ଶାଖା ନିର୍ମାଣ କରି ଗ୍ରାମାଞ୍ଚଳର ସାମୂହିକ ବିକାଶ ଦିଗରେ କାମ କରୁ । ଏହା ସହ ଷ୍ଟେଟ୍ ବ୍ୟାଙ୍କର ଜିଲ୍ଲାସ୍ତରୀୟ ସେଲସ୍ ହବ୍ ନିଷ୍ପତ୍ତିକୁ  ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

Latest Posts

Don't Miss