ଉତ୍ତର ପ୍ରଦେଶରେ ଦରକାର ଓଡିଶା ଭଳି ମୁଖ୍ୟମନ୍ତ୍ରୀ, ଯୋଗୀ ନୁହେଁ ୟୁପିରେ ନବୀନ କ୍ରେଜ୍

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପଡିବାକୁ ଯାଉଛି  । କିନ୍ତୁ ୟୁପି ନିର୍ବାଚନରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ କ୍ରେଜ ପୁଣି ଥରେ ଦେଖିବାକୁ ମିଳିଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ଇଛା ପ୍ରକାଶ କରନ୍ତି ନାହିଁ  । କିନ୍ତୁ ରାଜ୍ୟ ବାହାରେ ମଧ୍ୟ ତାଙ୍କୁ ଲୋକେ ଖୋଜୁଛନ୍ତି  । ନବାୀନଙ୍କ ଭଳି ନେତାଙ୍କୁ ରାଜ୍ୟର ନେତୃତ୍ୱ ଦେବାକୁ ବୋଟର ଚାହୁଁଛନ୍ତି  । ଓଡିଶାର ବିକାଶ, ଓଡିଶାର ବିପର୍ଯ୍ୟୟ ପରିଚାଳନା ସମସ୍ତଙ୍କୁ ଆକର୍ଷଣ କରିଛି  । ସେଥିପାଇଁ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ନବୀନଙ୍କ ଭଳି ନେତାଙ୍କୁ ଖୋଜୁଛନ୍ତି ସାଧାରଣ ଜନତା  ।

ଯୋଗୀ ବାବାଙ୍କ ପରି ଶାସନ ଏଠାରେ ନ ଚାଲୁ । ସରକାର ବଡ଼ ବଡ଼ କଥା କହୁଛନ୍ତି ମାତ୍ର କାର୍ଯ୍ୟରେ ତାହା ନାହିଁ ବୋଲି ଭୋଟର କହିଛନ୍ତି । ଏହି ନିର୍ବାଚନରେ କୃଷକଙ୍କ ବିଜୟ ହେବ ବୋଲି ସେମାନେ ଆଶା କରିଛନ୍ତି । ୟୁପିରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅବସରରେ ପ୍ରାୟ ୨ କୋଟି ଲୋକ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ତେବେ ୟୁପିରେ ପୂର୍ବ ଶାସନ ନୁହେଁ, ସରକାରରେ ବ୍ୟାପକ ପରିବର୍ତ୍ତନ ଚାହୁଁଛନ୍ତି  । ମତଦାନ ଦେଇ ମତବ୍ୟକ୍ତ କରିଛନ୍ତି  ।

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ପରି ୟୁପିରେ ବି ଶାସନ ହେଉ  ।  ଏବେ ତାଙ୍କ ପରି ଜଣେ ନେତା ରାଜ୍ୟକୁ ଶାସନ କରନ୍ତୁ ବୋଲି କହିଛନ୍ତି ଭୋଟର । ସେମାନେ କହିଛନ୍ତି ଏହି ନିର୍ବାଚନରେ ଚାଷୀଙ୍କ ବିଜୟ ହେବ । ଯେଉଁ ଚାଷୀ ଲୁହ ଲହୁ ଏକାଠି କରି ରାଜ୍ୟକୁ ବଞ୍ଚାଇ ରଖିଛନ୍ତି, ତାଙ୍କ ପ୍ରତି ଅନ୍ୟାୟ ହୋଇଛି  । ତେଣୁ ଚାଷୀ ଏଥର ଏକ ହୋଇଛନ୍ତି  । ନୂଆ ଏକ ଶାସନ ପ୍ରଣାଳୀ ଚାହୁଁଛନ୍ତି  । ପ୍ରତିକ୍ରିୟା ଦେଇ ଭୋଟର କହିଛନ୍ତି, ନବୀନଙ୍କ ଭଳି ନେତା  ୟୁପିରେ ଶାସନ କରନ୍ତୁ ବୋଲି ଆମେ ଚାହୁଁଛି  ।

Leave a Reply