spot_img

Latest Posts

ଅର୍ଥ ଅଭାବରେ ଓଡିଶାରେ କେହି ଜଣେ ବି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦେଶ ପାଳୁଛି ୭୪ତମ ସ୍ୱାଧିନତା ଦିବସ । ଏହି ଅବସରରେ ଆଜି ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ରଖିଛନ୍ତି । ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧି, ପଣ୍ଡିତ ଜବାହାରଲାଲ ନେହେରୁ, ନେତାଜୀ ସୁବାସ ଚନ୍ଦ୍ର ବୋଶ, ଡଃ ଆବେନ୍ଦକର, ମଧୁସୁଦନ ଦାସ, ବୀର ସୁରେନ୍ଦ୍ର ସାଏ, ଗୋପବନ୍ଧୁଙ୍କ, ମାଳତି ଚୌଧୂରୀ, ନବକିଶୋର ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ପାର୍ବତୀ ଦେବୀ, ରମାଦେବୀ, ଡଃ ହରେକୃଷ୍ଣ ମହତାବ ଓ  ବିଜୁ ପଟ୍ଟନାୟକଙ୍କ ପରି ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଗତ ୫ମାସ ହେବ ସାରା ଦେଶ କରୋନା ବିରୋଧରେ ଲଢୁଛି  । ଏହି ଅବସରରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା କେବଳ ଭାରତ ନୁହେଁ ସରା ଦେଶରେ କରୋନା ତାର ଭୟାବହତ ଦେଖାଇଛି । ଅର୍ଥନୀତିରେ ଏହାକୁ ଭରଣା କରିବା ପାଇଁ ଆମକୁ ସାହସର ସହ କାମ କରିବାକୁ ହେବ । କରୋନା ମୁକାବିଲା ପାଇଁ ଓଡି଼ଶା ସରକାର ବିଭିନ୍ନ ଅଞ୍ଚଳରେ କୋଭିଡ ହସପିଟାଲ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ।

ପଞ୍ଚାୟତି ପ୍ଲାଜମା ବ୍ୟାଙ୍କ ସହ ପ୍ଲାଜମା ଥେରାପି ସେବା ରୋଗୀଙ୍କୁ ମିଳୁଛି । ପଇସା ପାଇଁ ଓଡିଶାରେ କେହି ଜଣେ ବି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେନାହିଁ । ଏଥିପାଇଁ ଓଡିଶା ସରକାର ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି । କାରଣ ପ୍ରତି ଜୀବନ ଆମ ପାଇଁ ମୂଲ୍ୟବାନ୍ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଲକଡାଉନ ସମୟରେ ଇକୋନୋମିକ ଆକ୍ଟିଭିଟି ଜାରି ରଖିବା ପାଇଁ ପଦକ୍ଷେପ ନିଆଯାଉଛି ।

Latest Posts

Don't Miss