GST ଆଦାୟରେ ରେକର୍ଡ କଲା ଓଡ଼ିଶା, ପଛରେ ବଡ଼ ବଡ଼ ରାଜ୍ୟ

1 min read
Odisha Collects Record GST, Big States Are In Back

ଭୁବନେଶ୍ୱର: ଜିଏସଟି ସଂଗ୍ରହରେ ପୁଣି ଆଗରେ ଓଡ଼ିଶା, ପଛରେ ବଡ଼ ବଡ଼ ରାଜ୍ୟ । ଲଗାତର ୪ ମାସ ଧରି ଓଡ଼ିଶାର ଜିଏସଟି ବୃଦ୍ଧି ଦେଶର ବଡ଼ ରାଜ୍ୟଗୁଡ଼ିକ ତୁଳନାରେ ସର୍ବାଧିକ ରହିଛି । ଫେବ୍ରୁଆରୀରେ ୧୧୫୨ କୋଟି ଆଦାୟ ହୋଇଛି । ଯାହା ଗତ ବର୍ଷ ଫେବ୍ରୁଆରୀ ତୁଳନାରେ ୪୭ ପ୍ରତିଶତ ଅଧିକ । ୨୦୨୧-୨୨ ଆର୍ଥିକ ବର୍ଷର ଫେବ୍ରୁଆରୀ ସୁଦ୍ଧା ମୋଟ ଜିଏସଟି ପରିମାଣ ୧୧ ହଜାର ୩୯୨କୋଟିରେ ପହଞ୍ଚିଥିବା ବେଳେ ଗତବର୍ଷ ଏହି ପରିମାଣ ଥିଲା ୭ ହଜାର ୩୩୮କୋଟି । ଗତବର୍ଷ ଅପେକ୍ଷା ଏଥର ୫୫ ପ୍ରତିଶତ ବୃଦ୍ଧି ହୋଇଛି । ଉତ୍ତମ ପରିଚାଳନା, ସଚେତନତା ଏବଂ ଲଗାତାର ଚଢାଉ ଯୋଗୁଁ ଜିଏସଟି ବଢିଚାଲିଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

Odisha Collects Record GST, Big States Are In Back

ଜିଏସଟି ଆଦାୟରେ ଓଡ଼ିଶାର ରେକର୍ଡ । ୨୦୨୧ ନଭେମ୍ବର, ଡିସେମ୍ବର, ୨୦୨୨ ଜାନୁଆରୀ ଓ ଫେବ୍ରୁଆରୀ, ଲଗାତାର ୪ ମାସ ହେଲା ଜିଏସଟି ଆଦାୟରେ ଗୋଟିଏ ପରେ ଗୋଟିଏ ରେକର୍ଡ ରଚି ଚାଲିଛି ଓଡ଼ିଶା । ଦେଶର ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ ଓଡ଼ିଶାର ଅଭିବୃଦ୍ଧି ହାର ସର୍ବାଧିକ ରହିଛି । ଖଣି କାରବାରରେ ବୃଦ୍ଧି ସାଙ୍ଗକୁ ନିର୍ମାଣ ଓ ଅଟୋମୋବାଇଲ କ୍ଷେତ୍ରରେ ଅଧିକ କାରବାର ଯୋଗୁଁ ଓଡ଼ିଶାର ଜିଏସଟି ବଢ଼ି ଚାଲିଛି । ଗତବର୍ଷ ଫେବ୍ରୁଆରୀ ତୁଳନାରେ ଏବର୍ଷ ଫେବ୍ରୁଆରୀରେ ଜିଏସଟି ପରିମାଣ ୪୭ ପ୍ରତିଶତ ବୃଦ୍ଧି ହୋଇଛି । ଗତବର୍ଷ ଫେବ୍ରୁଆରୀରେ ୭୮୧ କୋଟି ଆଦାୟ ହୋଇଥିଲା । ଏଥର ରାଜ୍ୟ ଜିଏସଟି ପରିମାଣ ୧୧୫୨କୋଟିରେ ପହଞ୍ଚିଛି ।

Odisha Collects Record GST, Big States Are In Back

ରାଜ୍ୟର ମୋଟ ଜିଏସଟି ପରିମାଣରେ ବି ବୃଦ୍ଧି ହୋଇଛି । ଗତବର୍ଷ ଫେବ୍ରୁଆରୀରେ ୩୩୪୧କୋଟି ଆଦାୟ ହୋଇଥିବା ବେଳେ ଏଥର ଫେବ୍ରୁଆରୀରେ ଏହା ୪୧୦୧କୋଟିରେ ପହଞ୍ଚିଛି । ଏସଜିଏସଟି ବାବଦକୁ ଗତବର୍ଷ ଫେବ୍ରୁଆରୀ ସୁଦ୍ଧା ମୋଟ ୨୬ ହଜାର ୫୬୭ କୋଟି ୪୭ ଲକ୍ଷ ଥିବାବେଳେ ଏବର୍ଷ ଏହି ପରିମାଣ ୪୦ ହଜାର ୨୧୦ କୋଟିରେ ପହଞ୍ଚିଛି । ଯାହା ଗତବର୍ଷ ଅପେକ୍ଷା ୫୧ ପ୍ରତିଶତ ବୃଦ୍ଧି ।

Odisha Collects Record GST, Big States Are In Back

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ବ୍ୟବସାୟୀ ଜିଏସଟି ବାବଦରେ ଅଧିକ ସଚେତନ ହେବା ସହ ଜିଏସଟି ଅଧିକାରୀଙ୍କ ଉତ୍ତମ ପରିଚାଳନା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏହି ପରିମାଣ ଆଗକୁ ମଧ୍ୟ ବଢିବାର ସମ୍ଭାବନା ରହିଛି ।  ଗତବର୍ଷ ଅନେକ ଖଣି ନିଲାମ ହୋଇଥିବାରୁ କାରବାର ବଢିବା ସାଙ୍ଗକୁ ଜିଏସଟି ପରିମାଣ ବୃଦ୍ଧି ହୋଇଛି । ଖଣି ସେକ୍ଟରରେ ୮୪ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ନିର୍ମାଣ କ୍ଷେତ୍ରରେ ୧୦୧ ପ୍ରତିଶତ ବୃଦ୍ଧି ହୋଇଛି ।

Leave a Reply