spot_img

Latest Posts

ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି, ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗରେ ସ୍ଵତନ୍ତ୍ର ଆଲୋଚନା ପାଇଁ ବାଚସ୍ପତିଙ୍କୁ ନୋଟିସ ଦେଲା କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି, ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗରେ ସ୍ଵତନ୍ତ୍ର ଆଲୋଚନା ପାଇଁ ବାଚସ୍ପତିଙ୍କୁ ନୋଟିସ ଦେଲା କଂଗ୍ରେସ । ଶୂନ୍ୟକାଳରେ ଏ ନେଇ ଗୃହକୁ ଅବଗତ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ରାଜ୍ୟରେ ଅନୁସୂଚିତି ଜାତି ଓ ଜନଜାତି ୪୦ ପ୍ରତିଶତ ଏବଂ ଓବିସି ୫୪ ପ୍ରତିଶତକୁ ମିଶାଇ ମୋଟ ୯୪ ପ୍ରତିଶତ। କିନ୍ତୁ ସେମାନଙ୍କୁ ତାଙ୍କ ଅଧିକାର ମିଳୁନାହିଁ । ଏ ପ୍ରସଙ୍ଗରେ ସର୍ବସମ୍ମତି କ୍ରମେ ଆଲୋଚନା କରାଯାଉ ବୋଲି ଦାବି କରିଛନ୍ତି ରାମଚନ୍ଦ୍ର କଡାମ । ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉନାହିଁ । ମାତ୍ର ୧୧ ପ୍ରତିଶତ ସଂରକ୍ଷଣ ଦିଆଯାଉଛି, ଯାହାକି ସମୁଦ୍ରକୁ ଶଙ୍ଖେ । ଅନ୍ୟପଟେ ଏସସି ଓ ଏସଟି ୪୦ ପ୍ରତିଶତ ଥିବା ବେଳେ, ସେମାନଙ୍କୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ମାତ୍ର ୨୦ ପ୍ରତିଶତ ସଂରକ୍ଷଣ ମିଳୁଛି । ଏଥିରେ ଆଦିବାସୀଙ୍କୁ ମାତ୍ର ୧୨ ପ୍ରତିଶତ ଓ ଦଳିତଙ୍କୁ ୮ ପ୍ରତିଶତ ସଂରକ୍ଷଣ ଦିଆଯାଉଛି । ଏହି ନିୟମ ସରକାର କେଉଁ ଆଧାରରେ କରିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ରାମଚନ୍ଦ୍ର କାଡ଼ାମ ।

Latest Posts

Don't Miss