ଥମୁନି ରାଜ୍ୟ କଂଗ୍ରେସର ଚୌକି କଳି

ଭୁବନେଶ୍ବର: ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ହଟିବେ ନା ରହିବେ ? ପିସିସି ସାଧାରଣ ସମ୍ପାଦକ ଓ ବିଧାୟକ ମୁହାଁମୁହିଁ । ଏଆଇସିସି ପ୍ରତି ଉଠିଲା ଅଙ୍ଗୁଳି । ରାଜ୍ୟ କଂଗ୍ରେସରେ ଚୌକି କଳି ଥମିବାର ନାଁ ନେଉନି । ପିସିସି ସଭାପତି ପରିବତ୍ତର୍ନ ହେବେ କି ନାହିଁ ସେନେଇ ନେତା ମୁହାଁମୁହିଁ ହୋଇଛନ୍ତି । ନିକଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବଦଳିବେ ନାହିଁ ବୋଲି ପିସିସି ସାଧାରଣ ସମ୍ପାଦକ ଚିନ୍ମୟ ଦାସ କହିଥିବା ବେଳେ ଦଳର ବିଧାୟକ ସୁରେଶ ରାଉତରାୟ ଭିନ୍ନମତ ରଖିଛନ୍ତି । ପିସିସିରେ ଆମୂଳଚୂଳ ପରିବତ୍ତର୍ନ ହେବ ବୋଲି ରାହୁଲ ଗାନ୍ଧି କହିଥିବା ସୁର କହିଛନ୍ତି । ଯାହାକୁ ନେଇ ଦଳରେ କଳି ତୀବ୍ର ହେବାରେ ଲାଗିଛି ।

କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ପ୍ରଭାରୀ ଚେଲ୍ଲା କୁମାର ନିକଟରେ ଓଡ଼ିଶା ଆସି କସରତ କରିଥିଲେ । ଏହାପରେ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ସହ ଦଳର ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତାଙ୍କର ଆଲୋଚନା ହୋଇଥିଲା । ପିସିସି ସଭାପତି ପରିର୍ବତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିବା ପ୍ରଭାରୀ ସଙ୍କେତ ଦେଇଥିଲେ ।

କଂଗ୍ରେସ ଅନ୍ଦର ମହଲରୁ ମିଳିଥିବା ସୂଚନା ଅନୁସାରେ ବ୍ରଜରାଜନଗର ଉପନିର୍ବାଚନ ପରେ ହାଇକମାଣ୍ଡ ରାଜ୍ୟ କଂଗ୍ରେସ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବେ ।