ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

1 min read

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ଗତକାଲି ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ୧୦ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୨୦୭ରେ ପହଞ୍ଚିଛି । ଗଂଜାମ ଓ ରାୟଗଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ, ଗଜପତି-୨, ଖୋର୍ଦ୍ଧା ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି  ।

ସୋମବାର ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୩ଜଣ ସଂକ୍ରମିତ ହେଉଛନ୍ତି ୫୪ବର୍ଷିୟ ଓ ୪୮ବର୍ଷିୟ ପୁରୁଷ ଏବଂ ଆଉ ଜଣେ ୫୪ବର୍ଷିୟ ମହିଳା ମୃତ୍ୟୁବରଣ କରିଛନ୍ତି ତେବେ ମୃତ୍ୟୁବରଣ କରିଥିବା ସମସ୍ତ ସଂକ୍ରମିତ ପୂର୍ବରୁ କିଛି ନା କିଛି ରୋଗରେ ପୀଡ଼ିତ ଥିଲେ। ଏହାସହ ରାୟଗଡ଼ାରୁ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଛନ୍ତି ୭୦ ବର୍ଷିୟ, ୬୪ବର୍ଷିୟ ଓ ୬୧ ବର୍ଷିୟ ପୁରୁଷ । ସେହିଭଳି ଗଜପତିରୁ ୩୪ବର୍ଷିୟ ଓ ୪୮ବର୍ଷିୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଏବଂ ଖୋର୍ଦ୍ଧାରୁ ୬୩ ବର୍ଷିୟ ପୁରୁଷଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ଓ କଳାହାଣ୍ଡିରୁ ୬୬ବର୍ଷିୟ ପୁରୁଷ ମୃତ୍ୟୁବରଣ କରିଛନ୍ତି ସେ ମଧ୍ୟ ପୂର୍ବରୁ ମଧୁମେହ ସହ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ ।

ସେହିଭଳି ୨୬ଟି ଜିଲ୍ଲାରୁ ୧୩୮୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୮୭୩ ଓ ଲୋକାଲ କେସ ୫୧୧ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬,୨୯୭ରେ ପହଞ୍ଚିଛି । ସେପଟେ ରାଜ୍ୟରେ କରୋନାରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଆଜି କରୋନାରେ ମୃତକଙ୍କ ସଂଖ୍ୟା ୨୦୭କୁ ବୃଦ୍ଧି ହୋଇଛି ।  ବର୍ତ୍ତମାନ ସୁଦ୍ଧା ୨୧ ହଜାର ୯୫୪ ସୁସ୍ଥ ହୋଇଥିବା ବେଳେ ୧୪ ହଜାର ୦୯୫ଟି ସକ୍ରିୟ ମାମଲା ରହିଛି ।

Leave a Reply