ରାଜ୍ୟରେ ଦିନକରେ ସର୍ବାଧିକ କରୋନା ଜନିତ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୨୮୬କୁ ବୃଦ୍ଧି

1 min read

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ଗତକାଲି ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ୧୪ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୨୮୬ରେ ପହଞ୍ଚିଛି । ଗଂଜାମରୁ ୬, ନୟାଗଡ଼ରୁ ୩, ଖୋର୍ଦ୍ଧାରୁ ୨ ଓ  ଭୁବନେଶ୍ୱର,ସୁନ୍ଦରଗଡ଼, ରାୟଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ସୋମବାର ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୬ଜଣ ସଂକ୍ରମିତ ହେଉଛନ୍ତି ୮୫ ବର୍ଷିୟ ପୁରୁଷ, ୬୫ ବର୍ଷିୟ ପୁରୁଷ,୫୦ ବର୍ଷିୟ ପୁରୁଷ, ୫୫ ବର୍ଷିୟ ପୁରୁଷ, ୪୦ ବର୍ଷିୟ ପୁରୁଷ ଏବଂ ଆଉ ଜଣେ ୭୦ ବର୍ଷିୟ ମହିଳା ମୃତ୍ୟୁବରଣ କରିଛନ୍ତି  । ଏହାସହ ନୟାଗଡ଼ରୁ ମୃତ୍ୟୁ ବରଣ କରିଥିବା ୩ଜଣ ସଂକ୍ରମିତ ହେଉଛନ୍ତି ୭୮ ବର୍ଷିୟ, ୩୦ବର୍ଷିୟ ପୁରୁଷ ଓ ୬୪ ବର୍ଷିୟ ପୁରୁଷ । ଖୋର୍ଦ୍ଧାରୁ ୨ଜଣ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହୋଉଛନ୍ତି ୮୨ବର୍ଷିୟ ପୁରୁଷ ଓ ୬୯ବର୍ଷିୟ ପୁରୁଷ । ସେହିଭଳି ଭୁବନେଶ୍ୱରରେ ୮୪ ବର୍ଷିୟ ମହିଳାଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହାସହ ରାୟଗଡ଼ାରୁ ୪୬ ବର୍ଷିୟ ପୁରୁଷ ଏବଂ ସୁନ୍ଦରଗଡ଼ରୁ ୭୨ବର୍ଷିୟ ପୁରୁଷଙ୍କ କରୋନା କାରଣରୁ ମୃତ୍ୟୁ ହୋଇଛି । ତେବେ ସେମାନେ ପୂର୍ବରୁ ଉଚ୍ଚରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ଥିଲେ ।

ତେବେ ସୋମବାରରେ ୨୯ଟି ଜିଲ୍ଲାରୁ ୧୫୨୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୯୪୮ ଓ ଲୋକାଲ କେସ ୫୮୦ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୭,୪୫୫ରେ ପହଞ୍ଚିଛି । ରାଜ୍ୟରେ ଆଜି କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୬ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୧ ହଜାର ୭୮୪ ସୁସ୍ଥ ହୋଇଥିବା ବେଳେ ୧୫ ହଜାର ୩୩୪ଟି ସକ୍ରିୟ ମାମଲା ରହିଛି ।

Leave a Reply