ଦିନକରେ ସର୍ବାଧିକ; ଆଉ ୬୦୯ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

2 min read
Odisha Corona Update: 609 more Corona patient Recovered

ଭୁବନେଶ୍ୱର: ରାଜ୍ୟରେ ଆଉ ୬୦୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ପର୍ଯ୍ୟନ୍ତ ଗୋଟିଏ ଦିନରେ ସୁସ୍ଥ ହୋଇଥିବା ସଂଖ୍ୟାଠାରୁ ଏହା ସର୍ବାଧିକ । ଏହି ୬୦୯ ସୁସ୍ଥଙ୍କୁ ମିଶାଇ ଏବେ ରାଜ୍ୟରେ ୯୮୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହି ୬୦୯ଜଣ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୨୬୮ ଜଣ ରହିଥିବା ବେଳେ ସୁନ୍ଦରଗଡ଼ର ୧୩୫, ଖୋର୍ଦ୍ଧାର ୩୭, କଟକର ୩୨, ବାଲେଶ୍ୱରର ୨୫, କେନ୍ଦୁଝରର ୨୩, ମୟୂରଭଞ୍ଜର ୧୮, ଭଦ୍ରକର ୧୨, ପୁରୀର ୧୨, ସମ୍ବଲପୁରର ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହାସହ ବରଗଡ଼ ଓ ଜଗତସିଂହପୁରର ୭ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାଜପୁରର ୬ ଜଣ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାର ୪ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ବଲାଙ୍ଗିରର ୩ ଜଣ ସୁସ୍ଥ ହୋଇଥିବା ବେଳେ କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାର ଦୁଇ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଗଜପତି ଓ ନୟାଗଡ଼ ଜିଲ୍ଲାରୁ ମଧ୍ୟ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply