ରାଜ୍ୟରେ ପୁଣି ୧୨୦ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ ଆଉ କେତେ ରହିଛି ସକ୍ରିୟ ମାମଲା..

1 min read
Odisha Corona Update Again 120 Corona Patient Recovered.

ଭୁବନେଶ୍ୱର: ରାଜ୍ୟରେ ଆଉ ୧୨୦ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ସୁସ୍ଥ ୧୨୦ ଜଣଙ୍କ ମଧ୍ୟରେ ଗଞ୍ଜାମର ୩୦ ଜଣ ଥିବା ବେଳେ ୧୯ ଜଣ ଖୋର୍ଦ୍ଧାର ୧୪ ଜଣ ବାଲେଶ୍ୱର ଅଞ୍ଚଳର ରହିଛନ୍ତି । ସେହିଭଳି ୧୨ ଜଣ ବଲାଙ୍ଗିରର, ୯ ଜଣ ଢ଼େଙ୍କାନାଳର ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ନୟାଗଡ଼ ଓ ସୁନ୍ଦରଗଡ଼ ଅଞ୍ଚଳର ୭ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୬ ଓ କେନ୍ଦୁଝରରୁ ୫ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଜଗତସିଂହପୁର ଏବଂ ପୁରୀରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଦେଓଗଡ଼, କେନ୍ଦ୍ରାପଡ଼ା ଓ ଝାରସୁଗଡ଼ ଅଞ୍ଚଳରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଏହାକୁ ମିଶାଇ ରାଜ୍ୟରେ ଏବେ ମୋଟ୍‌ ୨୪୭୪ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ୧୦୧୧ଟି ମାମଲା ଏବେ ସକ୍ରିୟ ରହିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ରେ ପହଞ୍ଚି ସାରିଛି ଏବଂ ୧୦ ରୁ ଅଧିକ ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଛି ।

Leave a Reply