Odisha Covid Updates : ଆଜି ୧୫୨୧ ସୁସ୍ଥ, ସମୁଦାୟ ସଂଖ୍ୟା ୪୦ ହଜାର ଡେଇଁଲା

1 min read

ଭୁବନେଶ୍ୱର : ରାଜ୍ୟରେ  ଆଜି ୧୫୨୧ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଇଟ୍ କରି ଏନେଇ ସୂଚନା ଦିଆଯାଇଛି । ଗଞ୍ଜାମରୁ ସର୍ବାଧିକ ୨୭୨ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରୁ ମଧ୍ୟ ସଂକ୍ରମିତମାନେ ସୁସ୍ଥ ହୋଇ ଫେରିଛନ୍ତି । ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ଖୋର୍ଦ୍ଧାରୁ ୨୩୧, କଟକରୁ ୧୬୬, ରାୟଗଡ଼ାରୁ ୯୩, ସୁନ୍ଦରଗଡ଼ରୁ ୮୯, ପୁରୀରୁ ୮୦, କଳାହାଣ୍ଡିରୁ ୭୭, ବାଲେଶ୍ୱରରୁ ୬୧ ଓ ନୟାଗଡ଼ରୁ ୫୬ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

ସେହିଭଳି ଗଜପତି ଓ ସମ୍ୱଲପୁରରୁ ୫୪ ଜଣ ଲେଖାଏଁ, ଭଦ୍ରକ ଓ କନ୍ଧମାଳରୁ୨୬ ଲେଖାଏଁ, ମାଲକାନଗିରିରୁ ୨୨, କେନ୍ଦୁଝରରୁ ୧୯, ଜଗତସିଂହପୁରରୁ ୧୬, ଅନୁଗୁଳ, ବଲାଙ୍ଗିର ଓ କେନ୍ଦ୍ରପଡ଼ାରୁ ୧୩ ଜଣ ଲେଖାଏଁ, ବରଗଡ଼ ଓ ଝାରସୁଗୁଡ଼ାରୁ ୧୦ ଜଣ ଲେଖାଏଁ, ସୋନପୁରରୁ ୯, ମୟୂରଭଞ୍ଜରୁ ୬, ବୌଦ୍ଧରୁ ୫ଜଣ ଓ ନବରଙ୍ଗପୁରରୁ ୨ଜଣ ସୁସ୍ଥ ହୋଇ ଫେରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢୁଥିଲେ ମଧ୍ୟ ଅନ୍ୟପକ୍ଷରେ ସୁସ୍ଥତା ହାରରେ ଅଗ୍ରଗତି ହେଉଛି । ଏଭଳି ସ୍ଥିତି ରାଜ୍ୟ ସରକାର ଓ ରାଜ୍ୟ ବାସୀଙ୍କ ପାଇଁ ଆଶ୍ୱସ୍ତି ଆଣୁଛି । ଏହିକ୍ରମରେ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୪୦ ହଜାର ୭୨୬ରେ ପହଞ୍ଚିଛି ।

Leave a Reply