ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆଜି ଓଡ଼ିଶା ଦିବସ

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଛି ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା । ଆଜି ଅନୁଷ୍ଠିତ ହେବ ଓଡ଼ିଶା ଦିବସ । ଚଳିତବର୍ଷ ଭାରତ ଅନ୍ତର୍ଜାତୀୟ ମେଳାର ଥିମ୍ ରହିଛି ବସୁଧୈବ କୁଟୁମ୍ବକମ୍ । ଏହାର ମୁଖ୍ୟ ଆକର୍ଷଣ ରହିଛି ପାଭିଲିୟନର ବାହାରେ ତିଆରି କରାଯାଇଥିବା କୋଣାର୍କ ଚକ୍ର । ଏହି ପାଭିଲିୟନରେ ଓଡ଼ିଶାର ନୌବାଣିଜ୍ୟର ଇତିହାସକୁ ଦର୍ଶାଯାଇଛି । ଏହାସହ ଓଡ଼ିଶାର ସଂସ୍କୃତି ପରମ୍ପରାକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି ।

ରାଜ୍ୟର ୮ଟି ବିଭାଗର ୨୪ଟି ଷ୍ଟଲ ପ୍ରଦର୍ଶିତ କରାଯାଇଛି । ଆଜି ପ୍ରଗତି ମଇଦାନରେ ପାଳନ କରାଯିବ ଓଡ଼ିଶା ରାଜ୍ୟ ଦିବସ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମନ୍ତ୍ରୀ ପ୍ରଦୀପ ଅମାତ । ଓଟିଡିସି ଅଧ୍ୟକ୍ଷ ଲେଲିନ ମହାନ୍ତି, ସାଂସଦ ମାନସ ମଙ୍ଗରାଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ଧାରୁଆ ଜନଜାତିର ବିର୍ଲି ନୃତ୍ୟ, ଡାଲଖାଇ ନୃତ୍ୟ ସହ ଅଭିଲିପସା ପଣ୍ଡା ସଙ୍ଗୀତ ପରିବେଷଣ କରିବେ ।