ପ୍ରକାଶ ପାଇଲା ସାନି ଚିଠା ବିଜ୍ଞପ୍ତି, ମହିଳାଙ୍କୁ ୫୦% ଆସନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ପ୍ରକାଶ ପାଇଲା ସାନି ଚିଠା ବିଜ୍ଞପ୍ତି   । ବଦଳିଲା ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା  । ପୂର୍ବରୁ ଥିବା ସଂରକ୍ଷଣ ତାଲିକାରେ ପରିବର୍ତ୍ତନ  । ନୂତନ ପ୍ରକାଶିତ ଚିଠା ବିଜ୍ଞପ୍ତିରେ ଅନୁସୂଚିତ ଜନଜାତି ପାଇଁ ୭ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରହିଛି  । ଅନୁସୂଚିତ ଜାତି ପାଇଁ ୫ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରହିଛି  । ସେହିପରି ୧୦ଜିଲ୍ଲା ପରିଷଦ ଆସନ ଅଣସଂରକ୍ଷିତ ରହିଛି  ।

ରାଜ୍ୟ ସରକାର  ୫୦ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବା ନେଇ ପୂର୍ବ ବିଜ୍ଞପ୍ତିରେ ପ୍ରକାଶ କରିଥିବାବେଳେ ସଦ୍ୟ ପ୍ରକାଶିତ ଚିଠା ବିଜ୍ଞପ୍ତିରେ ମଧ୍ୟ ପ୍ରକାଶ କରିଛନ୍ତି  । ସେପଟେ ଯେହେତୁ ରାଜ୍ୟ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ପଛୁଆବର୍ଗ ନେଇ କୌଣସି ସ୍ଥାନ ସଂରକ୍ଷିତ ରହିବ ନାହିଁ  । ତେଣୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶିତ ଚିଠା ବିଜ୍ଞପ୍ତିରେ ପଛୁଆବର୍ଗ ପାଇଁ କୌଣସି ଆସନ ସଂରକ୍ଷଣ ରଖାଯାଇ ନାହିଁ  ।

ରାଜ୍ୟପାଳଙ୍କ ଅନୁମୋଦନରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଜାନୁଆରୀ ୩ ସୁଦ୍ଧା ଆପତ୍ତି ଅଭିଯୋଗ ଆହ୍ୱାନ ପାଇଁ ଉଲ୍ଲେଖ ରହିଛି  ।

Leave a Reply