spot_img

Latest Posts

ଧାନ ଅମଳ କରି ବିଲରେ ଚାତକ ପରି ଜଗିଛି ଚାଷୀ

ନନ୍ଦିଘୋଷ ବ୍ୟୁରୋ: ଟିଟିଲାଗଡ଼ ଅଞ୍ଚଳରେ ଧାନ ଅମଳ କରି ଚାତକ ପରି ଚାହିଁବସିଛି ଚାଷୀ। ଏଯାଏଁ ଖୋଲିନି ମଣ୍ଡି। କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ। ଋଣ ଶୁଝିବା ପାଇଁ କମ ଦାମରେ ଦଲାଲ ହାତକୁ ଟେକି ଦେଇ ଅଭାବୀ ବିକ୍ରୀର ଶିକାର ହେଉଥିବା ଅଭିଯୋଗ ହୋଇଛି।

କେବେ ଖୋଲିବ ମଣ୍ଡି? କେବେ ଧାନ କିଣିବେ ସରକାର? ଧାନ ଅମଳ କରି ବିଲରେ ଚାତକ ପରି ଜଗିଛି ଚାଷୀ । ନା ଖୋଲୁଛି ମଣ୍ଡି ନା ବିକ୍ରି ହେଉଛି ଧାନ। କରଜ କରି ଚାଷ କରିଥିବା ଚଷା ପୁଅ କିଭଳି ଋଣ ଶୁଝିବ ଓ କିଭଳି ପରିବାର ଚଳାଇବ ସେ ନେଇ ରହିଛି ଚିନ୍ତାରେ। ଚଳିତ ବର୍ଷ ଟିଟିଲାଗଡ ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ଭଲ ଚାଷ ହୋଇଛି । ବର୍ତ୍ତମାନ ଅଧାରୁ ଅଧିକ ଜମିରୁ ଅମଳ ସରିବାରେ ଲାଗିଲାଣି। ହେଲେ ବର୍ତ୍ତମାନ ସୁଦ୍ଧା ମଣ୍ଡି ଆରମ୍ଭ ହୋଇ ପାରିନାହିଁ । ଅମଳ ଧାନ ଖଳାରେ ପଡିଥିବା ବେଳେ କିଛି ଧାନ ଜମିରେ ପଡି ରହିଛି । ଧାନ ନଷ୍ଟ ଆଶଙ୍କାରେ କମ ଦାମରେ ଦଲାଲ ହାତରେ ଟେକିଦେଇ ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ। ୯୦୦ରୁ ୧୦୦୦ ଟଙ୍କା ପ୍ରତି କ୍ଵିଣ୍ଟାଲ ଦରରେ ଧାନ କିଣି ଦଲାଲ ମାଲେମାଲ ।

ବର୍ତ୍ତମାନ ସୁଦ୍ଧା ମଣ୍ଡି ଖୋଲିନଥିବାରୁ ଶୋଷଣର ଶିକାର ହେଉଛନ୍ତି ଚାଷୀ । ମଣ୍ଡି ସମସ୍ୟା ଓ ଅନ୍ୟପଟେ ବର୍ଷା ଭୟରେ କଷ୍ଟ ଉପାର୍ଜିତ ଧାନକୁ କମ ଦରରେ ବିକ୍ରି କରୁଛନ୍ତି ।। ଚାଷୀଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ଉପଯୁକ୍ତ ବ୍ୟବସ୍ଥା କରିବାକୁ କୃଷକ ସଂଗଠନ ଦାବି କରିବା ସହ ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ ଦେଇଛି। ଅନ୍ୟପଟେ ଟାର୍ଗେଟ ଆସିନଥିବାରୁ ମଣ୍ଡି ଆରମ୍ଭ ହୋଇପାରିନାହିଁ ବୋଲି ଉପଜିଲ୍ଲାପାଳ କହିଛନ୍ତି।

Latest Posts

Don't Miss