ଲକଡାଉନ୍ ଅବଧି ବଢାଇବାକୁ ନେଇ ଜାତୀୟ ମିଡିଆରେ ଚର୍ଚ୍ଚାରେ ନବୀନ

1 min read

ଭୁବନେଶ୍ୱର: ଓଡ଼ିଶାରେ ଲକଡାଉନ୍ ଏପ୍ରିଲ ୧୪ ତାରିଖ ଦିନ ଉଠୁନାହିଁ । ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ ଡାଉନ୍ ଜାରି ରହିବ । ଗୁରୁବାର ଦିନ  ଏସଂକ୍ରାନ୍ତରେ ରାଜ୍ୟ ସରକାର ଘୋଷଣା କରିଛନ୍ତି । କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ରାଜ୍ୟରେ ଲକଡାଉନକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ କେନ୍ଦ୍ରକୁ ଲକଡାଉନ୍ ଅବଧି ବଢାଇବା ପାଇଁ ସୁପାରିସ କରିଛି ଓଡିଶା ।

ଓଡ଼ିଶା ସରକାରଙ୍କ ଏହି ନିଷ୍ପତିକୁ ନେଇ ଜାତୀୟ ଗଣମାଧ୍ୟମରେ ଢେର ଚର୍ଚ୍ଚା ହୋଇଛି । ଆଜତକ ତା’ର ୱେବସାଇଟରେ ଏହାକୁ ମୁଖ୍ୟଖବର ଭାବେ ସ୍ଥାନିତ କରିଛି । ଲେଖିଛି ଯେ, ‘କରୋନା କାରଣରୁ ଓଡ଼ିଶା ବଢାଇଲା ଲକ୍ ଡାଉନ୍ ଅବଧି,ଏବେ ୩୦ ଏପ୍ରିଲ ପର୍ଯ୍ୟନ୍ତ ସବୁ ବନ୍ଦ’ । ଏଥିରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଲକ୍ ଡାଉନ୍ ଅବଧିକୁ ବଢାଇଥିବା କୁହାଯାଇଛି । ଏହାସହ ନବୀନ ପଟ୍ଟନାୟକ ଏପ୍ରିଲ ୩୦ ପର୍ଯ୍ୟନ୍ତ ରେଳ ଓ ବିମାନ ସେବା ଆରମ୍ଭ ନକରିବାକୁ କେନ୍ଦ୍ରକୁ ଅପିଲ କରିଥିବା କଥା ମଧ୍ୟ ଆଜତକ୍ ରିପୋର୍ଟରେ କୁହାଯାଇଛି ।

ରିପବ୍ଲିକ୍ ଟିଭିର ୱେବସାଇଟ୍ ମଧ୍ୟ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ତାର ମୁଖ୍ୟ ଖବର କରିଛି । ରିପବ୍ଲିକ ତାର ହେଡଲାଇନରେ ନବୀନଙ୍କ ନିଷ୍ପତ୍ତିକୁ ବିରାଟ ନିର୍ଣ୍ଣୟ ବୋଲି କହିଛି । ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଲକଡାଉନ୍ ଅବଧି ୩୦ ଏପ୍ରିଲ ପର୍ଯ୍ୟନ୍ତ ବଢାଇବା ସହ ସ୍କୁଲ କଲେଜକୁ ଜୁନ୍ ୧୭ ପର୍ଯ୍ୟନ୍ତ ବନ୍ଦ କରିଥିବା କଥା ରିପୋର୍ଟରେ ଉଲ୍ଲେଖ ଅଛି ।

ହିନ୍ଦି ଖବର କାଗଜ ଦୈନିକ ଭାଷ୍କରର ୱେବସାଇଟ୍ ମଧ୍ୟ ନବୀନଙ୍କ ନିଷ୍ପତ୍ତିକୁ ପ୍ରମ୍ମୁଖ ଖବର କରିଛି । ଏହାର ୱେବସାଇଟରେ ଓଡ଼ିଶା ସରକାରଙ୍କ ଲକଡାଉନ୍ ଅବଧି ବୃଦ୍ଧି ଖବର ପ୍ରମ୍ମୁଖ ଖବର ଭାବେ ସ୍ଥାନିତ ହୋଇଛି ।

ଭାଷ୍କର ତା’ର ହେଡଲାଇନରେ ଲେଖିଛି ଯେ, ‘ଲକଡାଉନ୍ ଅବଧି ବଢିବା ଆରମ୍ଭ ହେଲା/୩୦ ଏପ୍ରିଲ ପର୍ଯ୍ୟନ୍ତ ଲକଡାଉନ୍ ବଢାଇଲା ଓଡ଼ିଶା,ଏମିତି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ’ । ରିପୋର୍ଟରେ ଭାଷ୍କର ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଅତି କଠୋର ବୋଲି କୁହାଯାଇଛି ।

ଏବିପି ନ୍ୟୁଜ୍ ମଧ୍ୟ ଏହି ଖବରକୁ ଗୁରୁତ୍ୱ ଦେଇଛି । ଏଥିରେ ଲକ୍ ଡାଉନ୍ ଅବଧି ବଢାଇବାରେ ଓଡିଶା ପ୍ରଥମ ରାଜ୍ୟ ବୋଲି କୁହାଯାଇଛି । ରିପୋର୍ଟରେ ଏବିପି ଲେଖିଛି ଯେ, ଦେଶବ୍ୟାପି ଲକଡାଉନ୍ ଅବଧି ବୃଦ୍ଧି ପାଇଁ ଏବେ ସ୍ଥିତି ସ୍ପଷ୍ଚ ନଥିବା ବେଳେ ଓଡ଼ିଶା ଏହାକୁ ନେଇ ବଡ ନିର୍ଣ୍ଣୟ ନେଇଛି । ଦେଶର ପ୍ରଥମ ରାଜ୍ୟ ଭାବେ ଏହା ଲକଡାଉନ୍ ଅବଧିକୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରିଛି ।

https://www.facebook.com/nandighoshatv/videos/525072251707484/

Leave a Reply