ସ୍ୱଚ୍ଛ ଭାରତ ମିଶନ: ଦେଶରେ ୪ନମ୍ବର ସ୍ଥାନରେ ରହିଛି ଓଡ଼ିଶା

1 min read

ନୂଆଦିଲ୍ଲୀ: ସ୍ବଚ୍ଛ ଭାରତ ମିଶନ ଯୋଜନାରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା । ଦେଶରେ ୪ନମ୍ବର ସ୍ଥାନରେ ରହିଛି ଓଡ଼ିଶା । ପୂର୍ବାଞ୍ଚଳରେ ଓଡ଼ିଶା ଦ୍ବିତୀୟ ସ୍ଥାନ ଅଧିକାର କରିଛି । ସ୍ବଚ୍ଛ ସର୍ବେକ୍ଷଣରେ ପୂର୍ବଭାରତରେ ଯାଜପୁର ଜିଲ୍ଲା ହୋଇଛି ଏକ ନମ୍ବର । ଓଡ଼ିଶାକୁ ମୋଟ ୯ଟି ପୁରସ୍କାର ମିଳିଥିବାବେଳେ ସଚେତନତା ପାଇଁ ୫ଟି ପୁରସ୍କାର ଲାଭ କରିଛି ରାଜ୍ୟ ।

ଦିଲ୍ଲୀରେ ଆୟୋଜିତ ଉତ୍ସବରେ ଯୋଗଦେଇଛନ୍ତି ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହତ ବିଭାଗୀୟ ସଚିବ, ନିର୍ଦ୍ଦେଶକ ଓ ଜନପ୍ରତିନିଧି । ଦେଶରେ ଆରମ୍ଭ ହୋଇଛି ସ୍ବଚ୍ଛ ଭାରତ ମିଶନ ଗ୍ରାମୀଣ-୨ ପଏଣ୍ଟ ୦ । ଏହାର ମୂଳ ଲକ୍ଷ୍ୟ ରହିଛି ବାହ୍ୟ ମଳମୁକ୍ତ ଗ୍ରାମ ପ୍ରତିଷ୍ଠା । ପ୍ରତି ପଞ୍ଚାୟତ କାର୍ଯାଳୟ,ବିଦ୍ୟାଳୟ ଓ ଅଙ୍ଗନବାଡିରେ ଶୌଚାଳୟ ନିଶ୍ଚିତ କରାଯିବ । ୧ଲକ୍ଷ ୧୨ହଜାର ୩୦ଟି ଗାଁ ODF ପ୍ଲସ ମାନ୍ୟତା ପାଇଛି ।