ଆସନ୍ତାକାଲି ଆସିପାରେ ଅଗଷ୍ଟ ଗାଇଡଲାଇନ୍: ‘ଏ’ କ୍ୟାଟାଗୋରୀ ଜିଲ୍ଲାରେ ଆହୁରି କୋହଳ ହୋଇପାରେ ନିୟମ

1 min read

ଭୁବନେଶ୍ୱର: ରାଜ୍ୟରେ ଲଗାତାର କମିବାରେ ଲାଗିଛି କରୋନା ସଂକ୍ରମଣ  । ଆସନ୍ତାକାଲି ଆସିପାରେ ଅଗଷ୍ଟ ଗାଇଡଲାଇନ  । ସଂକ୍ରମଣକୁ ନଜରରେ ରଖି କଟକଣା କୋହଳ କରାଯିବା ନେଇ ବିଚାରବିମର୍ଷ କରୁଛନ୍ତି ସରକାର । ସାମଗ୍ରିକ ସ୍ଥିତିକୁ ଦେଖି ନିଆଯିବ ନିଷ୍ପତ୍ତି । ତେବେ ଅଗଷ୍ଟ ମାସରେ ସମ୍ପୂର୍ଣ୍ଣ ଅନଲକ ପ୍ରକ୍ରିୟାକୁ ଯାଇପାରେ ଓଡି଼ଶା । କିଛିଟା କଟକଣା ଲାଗୁ କରି ୩୦ଟି ଜିଲ୍ଲାରେ କୋଭିଡ କଟକଣାକୁ ପୂରା ହଟାଇବେ ରାଜ୍ୟ ସରକାର । ଜୀବନ ଜୀବିକା ପାଇଁ ନିୟମ କୋହଳ ହେବ । ବି-କ୍ୟାଟେଗୋରୀର ୧୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୫ ବଦଳରେ ରାତି ୯ଟା ପର୍ଯ୍ୟନ୍ତ ବଜାର ଖୋଲିବା ପାଇଁ ଅନୁମତି ଦିଆଯିବ । ସେହିପରି ଏ-କ୍ୟାଟାଗୋରୀର ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ହାର ୧ପ୍ରତିଶତ ରହୁଥିବାରୁ ଏଠାରେ ସମ୍ପୂର୍ଣ୍ଣ ଅନଲକ ହୋଇପାରେ । ମଲ୍, ରେଷ୍ଟୁରାଣ୍ଟ, ସିନେମା ହଲ, ବିବାହ, ଶୁଦ୍ଧିକ୍ରିୟା ପାଇଁ କୋହଳ ହେଇପାରେ ନିୟମ ।  ସପ୍ତାହାନ୍ତ ସଟଡାଉନ ହଟାଇବା ସହ ନାଇଟ କର୍ଫ୍ୟୁ ବଳବତ୍ତର ରହିପାରେ । କିଛି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହୁଥିବାର କୋଭିଡ୍ ଗାଇଡ ଅନୁପାଳନ, ସଂକ୍ରମଣ ହାର, କେସ ଲୋଡ୍ ଦେଖି ଅନଲକ ନିଷ୍ପତ୍ତି ନିଆଯିବ ।

ଏଥିସହିତ ପଢ଼ନ୍ତୁ: ଖୋଲିବ ସମସ୍ତ ମେଡିକାଲ କଲେଜ , ୫୦% ପିଲାଙ୍କୁ ନେଇ ହେବ ପ୍ରାକ୍ଟିକାଲ ଓ କ୍ଲିନିକାଲ କ୍ଲାସ

Leave a Reply