ଏଣିକି ଘରୋଇ ହସ୍ପିଟାଲକୁ କୋଭିଡ୍ ଭ୍ୟାକସିନ ଦେବେନି ସରକାର

1 min read

ଭୁବନେଶ୍ୱର: ଆଉ ଏଣିକି ଘରୋଇ ହସ୍ପିଟାଲକୁ କୋଭିଡ୍ ଭ୍ୟାକସିନ ଦେବେନି ସରକାର । ଏନେଇ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ନୂଆ ନିର୍ଦ୍ଦେଶନାମା ଅନୁସାରେ ଏଣିକି ସିଧାସଳଖ ଭ୍ୟାକସିନ କମ୍ପାନୀଙ୍କ ଠାରୁ ଟିକା କିଣିବେ ଘରୋଇ ହସ୍ପିଟାଲ । ଏହା ସହ ଯଦି ଘରୋଇ ହସ୍ପିଟାଲରେ କିଛି ଟିକା ବଳକା ରହିଛି ତେବେ ତାହାକୁ ଫେରାଇ ଆଣିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଟିକାକରଣ ପାଇଁ ଘରୋଇ ହସ୍ପିଟାଲକୁ ଟିକା ଯୋଗାଉଥିଲେ ସରକାର । କେନ୍ଦ୍ରର ସାର୍ବଜନୀନ ଟିକାକରଣ ଘୋଷଣା ପରେ ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର । ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି- କୋଭିଡ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ବିଭିନ୍ନ ଘରୋଇ ହସ୍ପିଟାଲରେ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରୀ ମିଳିଛି । ସଂଶୋଧିତ ନିୟମ ଅନୁସାରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଲାଗି ଟିକାକୁ କେନ୍ଦ୍ର ସରକାର ଯୋଗାଇବେ ।

Leave a Reply