ପୁରୀ ବେଳାଭୂମିରେ ନିର୍ମାଣ ହେବନି ମଦ କୁଡ଼ିଆ, ବିରୋଧ ପରେ ପ୍ରକଳ୍ପ ବନ୍ଦ କଲେ ସରକାର

1 min read

ଭୁବନେଶ୍ୱର: ପୁରୀ ସମୁଦ୍ର ବେଳାଭୂମିରେ ନିର୍ମାଣ ହେବନି ମଦ କୁଡ଼ିଆ । ବିଭିନ୍ନ ମହଲରୁ ବିରୋଧ ପରେ ପ୍ରକଳ୍ପ ବନ୍ଦ କରିବାକୁ ନିଷ୍ପତ୍ତି । ଓଡ଼ିଶାର ୬ଟି ସ୍ବର୍ଣ୍ଣାଭ ବେଳାଭୂମିରେ ମଦ କୁଡ଼ିଆ ନିର୍ମାଣ ଲାଗି OTDC ଟେଣ୍ଡର ବାହାର କରିଥିଲା । ଏହି ତାଲିକାରେ ରହିଥିଲା  ବାଲେଶ୍ବରର ତଳସରା-ଉଦୟପୁର ବିଚ୍, ଚାନ୍ଦିପୁର, ଜଗତ୍‌ସିଂପୁରରର ପାରାଦୀପ, ପୁରୀ-କୋଣାର୍କ ମେରାଇନ ଡ୍ରାଇଭ, ଗଞ୍ଜାମର ପତିସୋନାପୁର ଓ ଗୋପାଳପୁର ବିଚ୍‌ରେ ୨୦ଟି ମଦ କୁଡ଼ିଆ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା ।

ଏହି ପ୍ରକଳ୍ପକୁ ନେଇ ପୁରୀରେ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା  । ପୁରୀ ଭଳି ଏକ ଆଧ୍ୟାତ୍ମିକ କ୍ଷେତ୍ରରେ ବେଳାଭୂମିରେ ମଦ ବିକ୍ରିୟକୁ ବିରୋଧ କରିଯାଇଛି  । ପୁରୀକୁ ଲୋକେ ତୀର୍ଥ କରିବା ପାଇଁ ଆସନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ସାନିଧ୍ୟ ପାଇଁ ଆସନ୍ତି  । ତେଣୁ ପୁରୀ ବେଳାଭୂମି ଭଳି ଏକ ପବିତ୍ର ସ୍ଥାନରେ ମଦ ବିକ୍ରିକୁ ବିରୋଧ କରାଯାଇଛି  । ଏହି ପ୍ରସ୍ତାବକୁ ବିରୋଧ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳ ଓ ଶଙ୍କରାଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ତେବେ ପୁରୀ ବେଳାଭୂମିରେ ଏଭଳି କୌଣସି ପ୍ରକଳ୍ପ ଆରମ୍ଭ ହେବାର ଯୋଜନା ନାହିଁ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

Leave a Reply