ବିଦେଶରୁ ଆସିବ ଟିକା: ଗ୍ଲୋବାଲ୍ ଟେଣ୍ଡର ପାଇଁ ସରିଛି ପ୍ରି-ବିଡିଂ

1 min read

ଭୁବନେଶ୍ୱର: ଗ୍ଲୋବାଲ୍ ଟେଣ୍ଡର ଜରିଆରେ ରାଜ୍ୟ ସରକାରଙ୍କ କରୋନା ଟିକା କିଣିବା ପ୍ରକ୍ରିୟା ପାଦେ ଆଗେଇଛି । ଗତକାଲି ପ୍ରି-ବିଡିଂ ସରିଛି । ବିଭିନ୍ନ କମ୍ପାନୀ ଟେଣ୍ଡର ପ୍ରକ୍ରିୟା ନେଇ ମତାମତ ରଖିଛନ୍ତି । କମ୍ପାନୀଗୁଡ଼ିକୁ ଆସନ୍ତାକାଲି ରାଜ୍ୟ ସରକାର ଉତ୍ତର ଦେବେ । ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ଗ୍ଲୋବାଲ୍ ଟେଣ୍ଡର ମାଧ୍ୟମରେ ୩କୋଟି ୮୦ ଲକ୍ଷ ଟିକା ବିଭିନ୍ନ ଟିକା ଉତ୍ପାଦନକାରୀ କମ୍ପାନୀଠାରୁ ସରକାର କିଣିବେ । ଏନେଇ ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଟେଣ୍ଡର ପ୍ରକ୍ରିୟା ଖୋଲାରହିଛି । ଓଡ଼ିଶା ଔଷଧ ନିଗମ ପକ୍ଷରୁ କରାଯାଇଥିବା ଏହି ଅନ୍‌ଲାଇନ୍‌ ଟେଣ୍ଡର ପ୍ରକ୍ରିୟାରେ ଡିସିଜିଆଇ ଦ୍ବାରା ଅନୁମତିପ୍ରାପ୍ତ ବିଭିନ୍ନ ଟିକା ଉତ୍ପାଦନକାରୀ କମ୍ପାନୀ ଭାଗ ନେଇପାରିବେ । ୨୮ ତାରିଖ ଦିନ କେତେ କମ୍ପାନୀ ଭାଗ ନେଉଛନ୍ତି, ସେନେଇ ଜଣାପଡ଼ିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ରାଜ୍ୟରେ ଟିକା ଅଭାବ ଦୂର କରି ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ଲୋବାଲ ଟେଣ୍ଡର ବ୍ୟବସ୍ଥା କରାଯାଇଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Leave a Reply