ସନ୍ଧ୍ୟାରେ ଅବପାତର ରୂପ ନେବ ଲଘୁଚାପ, ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ସରକାର

1 min read

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ’ ମୁକାବିଲା ନେଇ ଏସ୍ଆରସି ପ୍ରେସମିଟରେ ସୂଚନା ଦେଇଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସନ୍ଧ୍ୟାରେ ଅବପାତ ରୂପ ନେବାର ସମ୍ଭାବନା ରହିଛି । ପ୍ରାରମ୍ଭିକ ତଥ୍ୟ ଅନୁସାରେ ଏହା ବାତ୍ୟାର ରୂପ ନେଲା ପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ୧୭ ସନ୍ଧ୍ୟାରେ ରିକର୍ଭ କରି ଉତ୍ତର ଉତ୍ତର-ପୂର୍ବ ଦିଗକୁ ଯିବ । ଏଥିରେ ଉତ୍ତର ଉପକୂଳ ଓଡ଼ିଶାର ପ୍ରଭାବିତ ହୋଇପାରେ । ତେବେ, ବାତ୍ୟା  ‘ଅମ୍ଫାନ’ କେଉଁଠି ଲ୍ୟାଣ୍ଡଫଲ୍ ହେବ ଜଣାପଡ଼ିନାହିଁ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଦିଆଯାଇଛି ।

କୋଭିଡ୍-୧୯ ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ କ୍ୱାରେଣ୍ଟାଇନ୍ କେନ୍ଦ୍ର ଭାବେ କାର୍ଯ୍ୟ କରୁଛି । ସେଥିପାଇଁ ଅନ୍ୟ ସ୍କୁଲ କିମ୍ବା କଲେଜ ଗୃହକୁ ବାତ୍ୟା ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରାଯିବ । ପରିଚାଳନା ପାଇଁ ସରପଞ୍ଚଙ୍କ ବାଦ୍ ୨ ଜଣ ଲେଖାଏଁ ଶିକ୍ଷକ ଦାୟିତ୍ୱରେ ରହିବେ । ବାତ୍ୟା ସ୍ଥିତି ଜଣାପଡ଼ିଲେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଉତ୍ତର ଓଡ଼ିଶାର ୪ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛୁ । ବାତ୍ୟା ପରବର୍ତ୍ତୀ ସ୍ଥିତି ମୁକାବିଲା ପାଇଁ ସତର୍କ ଥିବା ଏସଆରସି ପ୍ରଦୀପ ଜେନା କହିଛନ୍ତି ।

https://www.facebook.com/NandighoshaTV/videos/922017094910496

ଆଜିଠୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯାଇ ମାଛ ମାରିବାକୁ ବାରଣ କରାଯାଇଛି । ଯେଉଁମାନେ ଗଭୀର ସମୁଦ୍ରରେ ଅଛନ୍ତି ସନ୍ଧ୍ୟା ସୁଦ୍ଧା ସମସ୍ତେ କୂଳକୁ ଫେରିବାକୁ କୁହାଯାଇଛି । ୧୮ରୁ କେନ୍ଦ୍ରାପଡ଼ା, ଗଜପତି ଗଞ୍ଜାମ ସମେତ ଉପକୂଳ ଜିଲ୍ଲାରେ ବର୍ଷା ସହ ଘଣ୍ଟା ପ୍ରତି ୬୦ କିମି ବେଗରେ ପବନ ବହିପାରେ । ୧୯ରେ ଉତ୍ତର ଓଡ଼ିଶା ସହ ଉପକୂଳ ଜିଲ୍ଲାରେ ବର୍ଷା ସହ ଘଣ୍ଟା ପ୍ରତି ୮୦ କିମି ବେଗରେ ପବନ ବହିପାରେ ।

ଧାନ ମଣ୍ଡିରେ ସତର୍କତା ମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପରିସ୍ଥିତି ଉପୁଜିବ ନାହିଁ ବୋଲି ଆଶା ରଖିଛୁ । ସମୁଦ୍ର କୂଳରୁ ୩ କିଲୋମିଟର ଭିତରେ ଥିବା କ୍ୱାରେଣ୍ଟାଇନ୍ ଗୃହକୁ ସ୍ଥିତି ଦେଖି ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ସମ୍ଭାବ୍ୟ ବାତ୍ୟା ପାଇଁ ୧୨ଟି ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଥିବା ଏସ୍ଆରସି ସୂଚନା ଦେଇଛନ୍ତି ।

ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…

Leave a Reply