ଖ୍ରୀଷ୍ଟମାସ ଓ ନୂଆବର୍ଷରେ ଜନଗହଳି ମନା, ଜାରି ହେଲା କଟକଣା

Odisha Guidelines For Christmas And New Year Celebration

ଭୁବନେଶ୍ୱର: ଦେଶ ସହ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବଡ଼ଦିନ ଓ ନୂଆବର୍ଷ ପାଳନ ଉପରେ ଲାଗିଛି କଟକଣା । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନୂଆ କଟକଣା ଜାରି ହୋଇଛି । ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ଯାଏ ଜନସମାବେଶ, ରାଲି, ସାଂସ୍କୃତିକ କାର୍ଯ୍ୟକ୍ରମ ବାରଣ କରାଯାଇଛି ।

Odisha Guidelines For Christmas And New Year Celebration

ଖ୍ରୀଷ୍ଟମାସ ଉତ୍ସବ ପାଳନରେ ଚର୍ଚ୍ଚରେ କୋଭିଡ୍ କଟକଣା ମଧ୍ୟରେ ସର୍ବାଧିକ ୫୦ ଜଣ ସାମିଲ୍ ହୋଇପାରିବେ । ଜନଗହଳି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଜିରୋ ନାଇଟ୍ ସେଲିବ୍ରେସନ୍, ହୋଟେଲରେ ନୂଆ ବର୍ଷ ପାଳନ ହୋଇପାରିବ ନାହିଁ । କ୍ଲବ, ରେଷ୍ଟୁରାଣ୍ଟ, ପାର୍କ୍ସ, କନଭେନସନ୍ ହଲ, କଲ୍ୟାଣ ମଣ୍ଡପରେ ମଧ୍ୟ ଜିରୋ ନାଇଟ୍ ପାଳନ ଉପରେ ରୋକ୍ ଲଗାଯାଇଛି ।

ବିବାହ ଉତ୍ସବ ବ୍ୟତୀତ ଅନ୍ୟ କେଉଁଥିରେ ଭୋଜିଭାତ ଉତ୍ସବ ହେବ ନାହିଁ । କୋଭିଡ୍ କଟକଣା ମଧ୍ୟରେ ଅନ୍ତ୍ୟେଷ୍ଟି କ୍ରିୟା ପାଳନ ହେବ । ସର୍ବସାଧାରଣରେ କୌଣସି ଭୋଜିଭାତ, ବଣଭୋଜି ହୋଇପାରିବ ନାହିଁ । କଟକଣା ଉଲ୍ଲଂଘନ କଲେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଆବଶ୍ୟକସ୍ଥଳେ ସ୍ଥାନୀୟ ପ୍ରଶାସନ ଅତିରିକ୍ତ କଟକଣା ଜାରି କରିବା ନେଇ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply