spot_img

Latest Posts

ଜାତୀୟ ପୋର୍ଟ ବିଲ ୨୦୨୧କୁ ନେଇ ଆପତ୍ତି ଉଠାଇଲା ଓଡ଼ିଶା

ଭୁବନେଶ୍ୱର: ପ୍ରସ୍ତାବିତ ଜାତୀୟ ପୋର୍ଟ ବିଲ ୨୦୨୧କୁ ନେଇ ଆପତ୍ତି ଉଠାଇଲା ଓଡ଼ିଶା। ଚିଠା ବିଲ ପ୍ରସ୍ତୁତି ପୂର୍ବରୁ ରାଜ୍ୟମାନଙ୍କ ମତାମତ ନିଆଯାଇ ନାହିଁ। ଏହାକୁ ନେଇ କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ତରବରିଆ ଭାବେ ଜାତୀୟ ବିଲ୍ ପ୍ରସ୍ତୁତ ନକରିବାକୁ ମନ୍ତ୍ରୀ ବେହେରା ଚିଠିରେ ଉଲ୍ଲେଖ କରିଛନ୍ତି। ଉପକୂଳ ରାଜ୍ୟଗୁଡ଼ିକର ଅଭିଯୋଗ ଆଧାରରେ ବିଲରେ ସଂଶୋଧନ କରାଯାଉ ବୋଲି ଚିଠିରେ ଦାବି କରାଯାଇଛି। ଓଡ଼ିଶା ସରକାର ମେରିଟାଇମ ବୋର୍ଡ ପ୍ରକ୍ରିୟାରେ ଅଛନ୍ତି।

ଏ ସମ୍ପର୍କିତ ପ୍ରସ୍ତାବ ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ପୋର୍ଟ ବିଲ୍‌ରେ ରାଜ୍ୟ ମେରିଟାଇମ ବୋର୍ଡ ଗଠନ ନେଇ କୌଣସି ସୂଚନା ନାହିଁ। ତେଣୁ ଏହି ବିଲରେ ସଂଶୋଧନ କରିବାକୁ ଦାବି କରିଛି ଓଡ଼ିଶା। ପ୍ରସ୍ତାବିତ ବିଲରେ ମେରିଟାଇମ ରାଜ୍ୟ ଉନ୍ନୟନ ପରିଷଦର ପ୍ରସ୍ତାବ ରହିଛି। ଏହି ପରିଷଦ ଦ୍ୱାରା ରାଜ୍ୟମାନଙ୍କ ଅଧିକାର କ୍ଷୂଣ୍ଣ ହେବ। ଉପକୂଳ ରାଜ୍ୟଗୁଡ଼ିକରେ ବନ୍ଦର ବିକାଶ ବାଧାପ୍ରାପ୍ତ ହେବ। ଏହା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ଚିଠିରେ ଉଲ୍ଲେଖ କରିଛନ୍ତି। ପରିଷଦର କ୍ଷମତା କେବଳ ପ୍ରସ୍ତାବ ଓ ପରାମର୍ଶରେ ସୀମିତ ରହୁ। ପରିଷଦରେ ଉପକୂଳ ରାଜ୍ୟମାନଙ୍କୁ ସଦସ୍ୟ ଭାବେ ଗ୍ରହଣ କରିବାକୁ ଚିଠିରେ ଦାବି କରାଯାଇଛି।

Latest Posts

Don't Miss