spot_img

Latest Posts

ରାଜ୍ୟକୁ ତତାଇଲା ଖରା, ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ଉପରମୁହାଁ ହେଲା ପାରଦ

ନନ୍ଦିଘୋଷ ବ୍ୟୁରୋ : କିଛି ଦିନର ବିରତି ପରେ ରାଜ୍ୟକୁ ତତାଇଲା ଖରା । ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ଉପରମୁହାଁ ହେଲା ପାରଦ । ଗତ ୨୪ ଘଣ୍ଟା ମଧ୍ୟରେ ୩୯.୫ ସହ ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଲା ବୌଦ୍ଧ । ସେହିଭଳି ୧୧ ସହରରେ ତାପମାତ୍ରା ୩୭ଡିଗ୍ରୀ ପାର କରିଛି । ଝାରସୁଗୁଡା ୩୮.୬, ବଲାଙ୍ଗୀର ୩୮.୫, ସମ୍ବଲପୁର ୩୮.୩, ଟିଟିଲାଗଡ଼ ୩୭.୫, ହୀରାକୁଦ ୩୭.୨ଡିଗ୍ରୀ ପାରା ରେକର୍ଡ କରାଯାଇଛି । ସୁନ୍ଦରଗଡ଼ ୩୭.୨, ପାରଳାଖେମୁଣ୍ଡି୩୭.୨, ଅନୁଗୁଳ ୩୭.୧ ମାଲକାନଗିରି ୩୭, ବାରିପଦାରେ ୩୭ ତାପମାତ୍ରା ଛୁଇଁଥିଲା ।

ଭୁବନେଶ୍ୱର ୩୫.୪ଏବଂ କଟକ ୩୫ ପାରଦ ରେକର୍ଡ କରାଯାଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରୀ ତାତି ଅତିକ୍ରମ କରିବ। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଗରମ ଶୁଷ୍କ ପବନ ପ୍ରବାହ ବୃଦ୍ଧି ପାଇଛି । ଏହାସହ ମେଘମୁକ୍ତ ଆକାଶ ସହ ଟାଣ ଖରା ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ସାଜିଛି । ତାତି ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ରୋଗୀ, ଶିଶୁ, ବୟସ୍କ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଖରା ବୃଦ୍ଧି ସମୟରେ ଦିନ ୧୧ଟାରୁ ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ଯତ୍ନର ସହ ବାହାରକୁ ଯିବାକୁ ପରାମର୍ଶ ଦିଆଯାଇଛି। ଶ୍ରମିକମାନେ ଆଲର୍ଟରେ ଥିବା ଜିଲ୍ଲାଗୁଡିକରେ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Latest Posts

Don't Miss