ଶିଳ୍ପାୟନର ନୂଆ ଅଧ୍ୟାୟ, ୪୦୯ କୋଟି ଟଙ୍କାର ୨ ପ୍ରକଳ୍ପର ଉଦଘାଟନ

Successful 3 Years Of Naveen Patnaik Government 5th Term

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ନୂଆ ଅଧ୍ୟାୟ । ୨୩ ଶହ ୫୯ ଦଶମିକ ୨୯ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୦୯ କୋଟି ଟଙ୍କାର ୨ ପ୍ରକଳ୍ପର ଉଦଘାଟନ ସହ ୧୯ ଶହ ୫୦ଦଶମିକ ୨୬କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିବେଶ କ୍ଷେତ୍ରରେ ୧୪ତମ ପର୍ଯ୍ୟାୟକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ନିବେଶ ଦ୍ୱାରା ୩ ହଜାର ୨ ଶହ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ପ୍ରକଳ୍ପ ମଧ୍ୟରେ ଲଜିଷ୍ଟିକ୍ ପାର୍କ, ତିନିଟି ଇଥାନଲ୍ ପ୍ଲାଣ୍ଟ, ସିମେଣ୍ଟ ତିଆରି ୟୁନିଟ ଏବଂ ପଞ୍ଚତାରକା ହୋଟେଲ ପ୍ରକଳ୍ପ ରହିଛି । ଶିଳ୍ପ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିଛନ୍ତି ସରକାର । ରାଜ୍ୟର ଆର୍ଥିକ ବିକାଶରେ ସହାୟକ ହୋଇଛି ଶିଳ୍ପାୟନ । ଶିଳ୍ପ ପାଇଁ ଦକ୍ଷ ମାନବସମ୍ବଳ ସୃଷ୍ଟି କରିଛନ୍ତି ସରକାର । ରାଜ୍ୟ ସରକାରଙ୍କ ଅନବରତ ନିବେଶ ଦ୍ୱାରା ପୂର୍ବ ଭାରତରେ ଓଡ଼ିଶା ଉତ୍ପାଦନଭିତ୍ତିକ ଶିଳ୍ପର ହବ୍ ହୋଇଛି । ରାଜ୍ୟର ପ୍ରତିଷ୍ଠିତ ହୋଟେଲ ସଂସ୍ଥା ସ୍ବସ୍ତି ଗ୍ରୁପ ପକ୍ଷରୁ ପୁରୀରେ ପଞ୍ଚତାରକା ହୋଟେଲ ନିର୍ମାଣ କରାଯିବ ।

ସିପସରୁବାଲିରେ ସ୍ବସ୍ତି ପ୍ରିମିୟମ ବିଚ୍‌ ରିସୋର୍ଟ ନାମରେ ହେବାକୁ ଥିବା ଏହି ହୋଟେଲରେ ୧୬୦ କୋଟିର ପୁଞ୍ଜି ନିବେଶ ହେବ । ଯାଜପୁରରେ ଏକ ସିମେଣ୍ଟ ୟୁନିଟ ତିଆରି ହେବ । ପ୍ରତିବର୍ଷ ୧ଦଶମିକ ୫ ମିଲିଅନ ମେଟ୍ରିକ୍ ଟନ୍ ସିମେଣ୍ଟ ପ୍ରସ୍ତୁତ କରିବ । ଏହା ୨୧୪ ଜଣଙ୍କ ପାଇଁ ସୃଷ୍ଟି କରିବ ନିଯୁକ୍ତି ସୁଯୋଗ । କେନ୍ଦୁଝର ଯୋଡ଼ାରେ ଷ୍ଟିଲ ପ୍ରୋଜେକ୍ଟ ସମ୍ପ୍ରସାରଣ କରାଯିବ । ଏଥିପାଇଁ ୯୪୬ କୋଟି ଟଙ୍କାର ନିବେଶ ହେବ । ଏଥିରେ ୮୦୩ ଜଣଙ୍କ ପାଇଁ ନିଯୁକ୍ତି ପାଇବେ ।

Leave a Reply