spot_img

Latest Posts

ପୁଣି ଚର୍ଚ୍ଚାରେ ରାଜ୍ୟ, ଟିକାକାରଣରେ ଦେଶରେ ଆଗୁଆ ରହିଛି ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଚାଲିଛି କରୋନା ଟିକାକରଣ। କରୋନା ସଂଖ୍ୟା ଏବେ ରାଜ୍ୟରେ ତଳମୁହାଁ ହୋଇଛି। ତେବେ ପୂର୍ବରୁ ଅନେକ ଥର କରୋନା ଯୁଦ୍ଧରେ ରାଜ୍ୟ ସରକାର ବିଶ୍ୱ ଦରବାରରେ ପ୍ରଶଂସା ହାତେଇଛନ୍ତି। ପୁଣି କରୋନା ଟିକାକରଣ ନେଇ ରାଜ୍ୟ କେନ୍ଦ୍ର ଆଗରେ ପ୍ରଶଂସା ହାତେଇଛି। କେନ୍ଦ୍ର ସରକାର ସବୁ ରାଜ୍ୟର ଟୀକାକରଣ ଷ୍ଟାଟସ ନେଇ ବୈଠକ ନେଇଥିଲେ।

 

ଏହି ବୈଠକରେ ଟିକାକରଣର ସମସ୍ତ ଦିଗକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ତେବେ ଟିକାକରଣର ପ୍ରଦର୍ଶନ ସର୍ବଭାରତୀୟ ସ୍ତରରେ ଭଲ ରହିଛି ବୋଲି ଏହି ବୈଠକରେ କୁହାଯାଇଥିଲା। ଯଦି ଦେଖିବା ପ୍ରତି ସେସନରେ ଆଭରେଜ ୯୦ ହିତାଧିକାରୀଙ୍କୁ ଟିକା ଦିଆଯାଉଛି। ଯାହା ଅନ୍ୟ ସବୁ ରାଜ୍ୟଠାରୁ ବହୁତ ଅଧିକ ରହିଛି।

ପାର୍ଶ୍ଵ ପ୍ରତିକ୍ରିୟା ବି କମ ରହିଛି ଓଡ଼ିଶାରେ। ସମ୍ମୁଖ ଯୋଦ୍ଧାମାନଙ୍କୁ ୧ଲକ୍ଷ ୨୯ହଜାର ୬୫୫ ଜଣଙ୍କୁ ଦିଆ ସରିଛି। ଯାହା ଟାର୍ଗେଟର ୬୦ ପ୍ରତିଶତ ଅଧିକ। ଆଜି ସେମାନଙ୍କ କରୋନା ଯୋଦ୍ଧା ମାଦଙ୍କର ଟୀକାକରଣର ଶେଷ ଦିନ। ତେବେ ବୟସ୍କ ଲୋକଙ୍କ ଟିକାକରଣ ନେଇ ଏ ଯାଏଁ କିଛି ସୂଚନା ଆସିନାହିଁ ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।

Latest Posts

Don't Miss