ଷ୍ଟାର୍ଟଅପ ପ୍ରସାର କ୍ଷେତ୍ରରେ ଓଡ଼ିଶା ଦେଶରେ ଆଗରେ ରହିଛି: ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ, ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଆଇଆଇଏମ ସମ୍ବଲପୁରର ନୂତନ କ୍ୟାମ୍ପସର ଲୋକାର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ସଭାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇଆଇଏମ ସମ୍ବଲପୁରର ନୂତନ କ୍ୟାମ୍ପସ ଲାଗି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ । ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ମଧ୍ୟରେ ଏଠାରେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଷ୍ଟାର୍ଟଅପ୍ କ୍ଷେତ୍ର ଲାଗି ଦେଶରେ ଏବେ ଚାଲିଛି ସୁବର୍ଣ୍ଣ ଯୁଗ । ଆଉ ଷ୍ଟାର୍ଟଅପର ପ୍ରସାର କ୍ଷେତ୍ରରେ ଦେଶରେ ଓଡ଼ିଶା ଉପରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଇଆଇଏମରେ ପାଠ ପଢିବା ଛାତ୍ରଛାତ୍ରୀଙ୍କ ଲାଗି ଏକ ସ୍ଵତନ୍ତ୍ର ଅନୁଭୂତି । ଦେଶରେ ଉନ୍ନତତ୍ତର ଶିକ୍ଷାଦାନ ଲାଗି ପଚିଚିତ ଆଇଆଇଏମ । ଏଠାରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସୁନାମ ଅର୍ଜନ କରିଛି ଆଇଆଇଏମ । ଆଉ ଏହି ସବୁ ଲକ୍ଷ୍ୟ ପୂରଣ କରିଛି ସମ୍ବଲପୁର ଆଇଆଇଏମ । ଏଠାରୁ ଶିକ୍ଷାଲାଭ କରି ଅନେକ ଯୁବକ ଯୁବତୀ ଦେଶ, ବିଦେଶରେ ନାମି କମ୍ପାନୀରେ ନିଯୁକ୍ତି ପାଇଛନ୍ତି । ଏଠାରେ ପାଠ ପଢିଥିବା ଛାତ୍ରଛାତ୍ରୀ ସେମାନଙ୍କ ଭବିଷ୍ୟତରେ ଭଲ ସଫଳତା ହାସଲ କରିବା ସହ ନିଜ ରାଜ୍ୟର ବିକାଶ କ୍ଷେତ୍ରରେ ଆଗେଇ ଆସିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଠାରେ ପଢିଥିବା ଛାତ୍ରଛାତ୍ରୀ ସେମାନଙ୍କ ନିଜ ଅନୁଷ୍ଠାନର ଆଲୁମନି ନହୋଇ ରାଜ୍ୟର ବିକାଶ ନେଇ ଆଲୁମନି ଭାବେ ପ୍ରୟାସ ଜାରି ରଖିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଛାତ୍ରଛାତ୍ରୀ ସେମାନଙ୍କ ଜ୍ଞାନ ଏବଂ ଅଭିଜ୍ଞତାକୁ ରାଜ୍ୟର ବିକାଶ କ୍ଷେତ୍ରରେ ଲଗାଇବାକୁ କହିଛନ୍ତି । ଦେଶର ବିକାଶ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛନ୍ତି । ଆଉ ଏହି ବିକାଶଧାରାରେ ଓଡିଶା ବିକାଶର ପଥ ପାଲଟିଛି । ଷ୍ଟାର୍ଟଅପ୍ କ୍ଷେତ୍ର ଲାଗି ଦେଶରେ ଏବେ ଚାଲିଛି ସୁବର୍ଣ୍ଣ ଯୁଗ । ଆଉ ଷ୍ଟାର୍ଟଅପର ପ୍ରସାର କ୍ଷେତ୍ରରେ ଦେଶରେ ଓଡ଼ିଶା ଉପରେ ରହିଛି । ଯୁବବର୍ଗ ସେମାନଙ୍କ ଜ୍ଞାନ ବିନିଯୋଗ କରି ଏହି କ୍ଷେତ୍ରରେ ନୂତନ ନିୟୁକ୍ତି ସୁଯୋଗ ସୃଷ୍ଟି ଲାଗି ପ୍ରୟାସ କରିବା ଦରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଯୁବବର୍ଗଙ୍କ ମଧ୍ୟରେ ଥିବା ଏହି ଚିନ୍ତାଧାରା ଦେଶକୁ ବିକାଶପଥର ଏକ ନୂତନ ସ୍ତରକୁ ନେଇଯିବ । ଭାରତୀୟ ଭାଷାକୁ ଭଲ ପାଉଥିବା ପ୍ରଧାନମନ୍ତ୍ରୀ ଆମ ଗହଣରେ ଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।