ଡିସେମ୍ୱର ୩୧ ଯାଏଁ ବିଧାନସଭାର ଶୀତ ଅଧିବେଶନ: ଦୈନିକ ସାଢ଼େ ୪ ଘଣ୍ଟା ବସିବ ଅଧିବେଶନ

1 min read

ଭୁବନେଶ୍ୱର: ନଭେମ୍ବର ୨୦ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଡିସେମ୍ବର ୩୧ ଯାଏଁ ଅଧିବେଶନ ଚାଲିବ । ତେବେ କୋଭିଡ କଟକଣା ଭିତରେ ଦିନକୁ ସାଢ଼େ ୪ ଘଣ୍ଟା ବସିବ ବିଧାନସଭାର ଅଧିବେଶନ । ପ୍ରଶ୍ନ କାଳ ହେବ କି ନାହିଁ ସେ ନେଇ ସ୍ଥିର ହୋଇନାହିଁ । ବିଧାନସଭାର ସମସ୍ତ କର୍ମଚାରୀ, ସାମ୍ବାଦିକ ଓ ବିଧାୟକଙ୍କ କୋଭିଡ ଟେଷ୍ଟ ହେବ କି ନାହିଁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ନିଆଯିବ ବୋଲି ସୂଚନା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଆସନ୍ତା କାଲିଠୁ ଇ-ବିଧାନସଭା ଲାଗି ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ବିଧାନସଭାର କର୍ମଚାରୀଙ୍କୁ ଟେନିଂ ଦିଆଯିବ । ଶୀତ ଅଧିବେଶନ ନେଇ ଗତକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମ ଦିନରେ ୨୦ ତାରିଖରେ ୨୦୨୦/୨୧ ଆର୍ଥିକ ବର୍ଷ ପାଇଁ ଆସିବ ଅତିରିକ୍ତ ବଜେଟ । ୨୬, ୨୭ ଓ ୨୮ ତିନି ଧରି ଅତିରିକ୍ତ ବଜେଟର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇ ନଭେମ୍ବର ୨୯ରେ ଆସିବ ବ୍ୟୟମଞ୍ଜୁରୀ ବିଲ୍ । ଚଳିତ ଅଧିବେଶନରେ ମୋଟ ୪୦ଟି କାର୍ଯ୍ୟ ଦିବସ ରହିଛି । ଶନିବାର ଓ ରବିବାର ମଧ୍ୟ ବିଧାନସଭା ଅଧିବେଶନ ଚାଲୁ ରହିବ । କୋଭିଡ୍ କଟକଣା ମଧ୍ୟରେ ବିଧାନସଭାର ଶୀତକାଳିନ ଅଧିବେଶନ ଅନୁଷ୍ଠିତ ହେବ । ପୂର୍ବଥର ଭଳି ସାମାଜିକ ଦୂରତା ବଜାୟ ରଖି ଗୃହ କାର୍ଯ଼୍ୟ ଚାଲିବ ।

 

Leave a Reply