spot_img

Latest Posts

ସିଏମ୍ ଅଫିସ କର୍ମଚାରୀ କହି ଠକେଇ; ବଦଳିର ଧମକ ଦେଇ ଟଙ୍କା ଆଦାୟ

ଭୁବନେଶ୍ୱର: ସିଏମ୍ ଅଫିସ କର୍ମଚାରୀ ପରିଚୟ ଦେଇ ଭୁବନେଶ୍ଵରରେ ଟଙ୍କା ଆଦାୟ। ବଦଳିର ଧମକ ଦେଇ ଟଙ୍କା ଆଦାୟ । ‘ମୁଁ ସିଏମ ଅଫିସରୁ କହୁଥିଲି, ଦୁଇ ଲକ୍ଷ ଟଙ୍କା ନ ଦେଲେ ମାଲକାନଗିରି ପଠାଇଦେବି’। ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏଭଳି ଢଙ୍ଗରେ ଧମକ ଦେଇ ୨ ଲକ୍ଷ ଟଙ୍କା ଠକି ନେଇଛି ଧୂର୍ତ୍ତ। ଦୁଇ ଲକ୍ଷ ନେବା ପରେ ମଧ୍ୟ ଡରାଇ ଧମକାଇ ଆହୁରି ୫ ଲକ୍ଷ ଟଙ୍କା ମାଗୁଛି। ଏପରି ଠକେଇର ଶିକାର ହେବା ପରେ ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ କୁମାର ହରିପାଲ ଭୁବନେଶ୍ଵର ଏୟାରଫିଲ୍ଡ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ପ୍ରତାପ କୁମାର ହରିପାଲ ଅନୁଗୁଳ ରାସ୍ତା ଓ କୋଠାବାଡ଼ି ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଭାବେ କାମ କରୁଛନ୍ତି। ପ୍ରାୟ ଏକମାସ ପୂର୍ବେ ଜାନକୀବଲ୍ଲଭ ମହାପାତ୍ର ନାମକ ଜଣେ ବ୍ୟକ୍ତି ତାଙ୍କୁ କଲ୍ କରିଥିଲା। ନିଜକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେବା ସହିତ ମାଲକାନଗିରି ବଦଳି କରିଦେବ ବୋଲି ଧମକ ଦେଇଥିଲା। ବଦଳି ରୋକିବାକୁ ହେଲେ ଦୁଇ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ ବୋଲି କହିଥିବାରୁ ପ୍ରତାପ ଭୟରେ ଆଉ କୌଣସି ଉପାୟ ନପାଇ ତା’ କଥାରେ ରାଜି ହୋଇ ଯାଇଥିଲେ।

ଜାନକୀ କହିବା ମୁତାବକ ପ୍ରତାପ ତା’ର ଭିମଟାଙ୍ଗୀ ସ୍ଥିତ ଘରକୁ ଆସି ୨ ଲକ୍ଷ ଟଙ୍କା ଦେଇଥିଲେ। ହେଲେ ଏହାପରେ ମଧ୍ୟ ଜାନକୀର ଆତଙ୍କ ଥମି ନଥିଲା। ସେ ପୁଣି ଥରେ ଫୋନ୍ କରି ଆହୁରି ୫ ଲକ୍ଷ ଟଙ୍କା ମାଗିଥିଲା। ପ୍ରତାର ଅରାଜି ହେବାରୁ ଜାନକୀ ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଶେଷରେ ପ୍ରତାପ କୈାଣସି ଉପାୟ ନପାଇ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମଧ୍ୟ ତାଙ୍କ ଅଭିଯୋଗ ଆଧାରରେ କେସ୍ ନଂ – ୨୦୧/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Latest Posts

Don't Miss