ଏମିତି ପରିସ୍ଥିତିରେ କଳାକାର; ଆଖିରେ ନଦେଖିଲେ ବିଶ୍ୱାସ ହେବନି, ଦେଖିଲେ ଝରିବ ଲୁହ…

1 min read
Odisha news: Jatra Kalakar Are In Big Trouble Due to Corona And Lock Down

ସୋର: ଦିନେ ମୁହଁରେ ରଙ୍ଗ ବୋଳି ରାତି ରାତି ଅନିଦ୍ରା ରହି ଲୋକଙ୍କ ମନୋରଞ୍ଜନ କରୁଥିଲେ । ଦର୍ଶକଙ୍କ କରତାଳି ସହ କଳାକାରର ଅଭିନୟ ହେଉଥିଲା ଜୀବନ୍ତ । ଲୋକଙ୍କୁ ହସାଉ ହସାଉ ଆଜି କରୋନା କାଳରେ କାନ୍ଦୁଛନ୍ତି କଳାକାର ପରିବାର । ମଞ୍ଚରୁ ଓହ୍ଲାଇ ପରିବାର ପ୍ରତିପୋଷଣ ପାଇଁ ଆଜି ରାସ୍ତା କଡ଼ରେ ପରିବା ବିକୁଛନ୍ତି କଳାକାର ପରିବାର ।  Corona Jatra Kalakar  କରୋନାର କଳା ବାଦଲରେ ଢାଙ୍କି ହୋଇ ଯାଇଛି ପୁରା କଳାକାର ପରିବାର । ଯାତ୍ରାର ଯାତ୍ରା ଅଟକିବା ସହ ପେଟପାଟଣାରେ ତାଲା ପଡ଼ିଛି । ବାଲେଶ୍ୱର ଜିଲ୍ଲା ବାଗୁଡି଼ ଗାଁର ସୁବାଷ କୁମାର ଜେନା । ବାଘା ଯତିନ୍ ଗଣନାଟ୍ୟରେ କଳାକାର ତଥା ଉପସ୍ଥାପକ ଭାବେ ଦୀର୍ଘ ଦିନ ହେଲା ଦାୟିତ୍ୱ ଭାର ସମ୍ଭାଳୁଛନ୍ତି ।

Corona Jatra Kalakar

ସ୍ତ୍ରୀ ପ୍ରମିଳା ଜେନା ଯାତ୍ରା ପାର୍ଟିରେ ଗୀତିକାର ଭାବେ ବେଶ୍‌ ଲୋକ ପ୍ରିୟତା ଅର୍ଜନ କରିଛନ୍ତି । ସେପଟେ ସୁବାଷଙ୍କ ସାନ ଭାଇ ମଧ୍ୟ ଶକ୍ତିମୟୀ ଲୋକନାଟ୍ୟରେ ଉପସ୍ଥାପକ ଭାବେ ଅଭିନୟ କରୁଛନ୍ତି । ହେଲେ କରୋନା କଟକଣା ପାଇଁ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏହି କଳାକାର ପରିବାର ।

Corona Jatra Kalakar

କରୋନା ମହାମାରୀ କାଳାକାରଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ସୁବାଷଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ କିଏ ଘରେ ହାତ ବାନ୍ଧି ବସିଛି ତ ଆଉ କିଏ ସ୍ଥାନୀୟ ବଜାରରେ ପରିବାର ବିକୁଛି । ସରକାରୀ ସହାୟତା ପାଇଁ ଗୁହାରି କରିଛନ୍ତି ପରିବାର ଲୋକେ । କେବଳ ସୁବାଷଙ୍କ ପରିବାର କାହିଁକି ଅନ୍ୟ ଯାତ୍ରା କଳାକାର ମଧ୍ୟ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି ।

Corona Jatra Kalakar

ସେପଟେ ଆଜି ରାଜ୍ୟ ସରକାର ଏସଓପି ଜାରି କରି ଫିଲ୍ମ ଓ ଟିଭି ସୁଟିଂକୁ ଅନୁମତି ଦେଇଛନ୍ତି । ତେଣୁ ଯାତ୍ରା କଳାକାରଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ କଳା ଓ କଳାକାରଙ୍କୁ ବଞ୍ଚାଇବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ଜରୁରୀ ହୋଇ ପଡିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

https://www.facebook.com/NandighoshaTV/videos/279067246682032/

(ରିପୋର୍ଟ ତେପାଧନ ବାରିକ)

Leave a Reply